Latest Odisha News

ଆଟର୍ଣ୍ଣିଂ ଜେନେରାଲ ଓ ସଲିସିଟର ଜେନେରାଲଙ୍କ କାର୍ଯ୍ୟକାଳ ବୃଦ୍ଧି

ନୂଆଦିଲ୍ଲୀ: ଆଉ ବର୍ଷେ ବଢ଼ିଲା ଆଟର୍ଣ୍ଣି ଜେନେରାଲ୍ କେ. କେ. ବେଣୁଗୋପାଳଙ୍କ କାର‌୍ୟ୍ୟକାଳ । ପୁନଃ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାପରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଆଜି ସରୁଥିଲା କେ. କେ. ବେଣୁଗୋପାଳଙ୍କ ତିନି ବର୍ଷୀୟା କାର୍ଯ୍ୟକାଳ ।

ସେହିପରି ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟାଙ୍କ କାର୍ଯ୍ୟକାଳକୁ ଆଉ ୩ ବର୍ଷ ବୃଦ୍ଧି କରାଯାଇଛି । ତାଙ୍କ ସହ ବଢ଼ିଛି ଆଉ ୫ ଅତିରିକ୍ତ ସଲିସିଟର ଜେନେରାଲଙ୍କ କାର୍ଯ୍ୟକାଳ । ସେମାନେ ହେଲେ ବିତ୍ରମଜିତ ବାନାର୍ଜୀ, ଅମନ ଲେଖି, ମାଧବୀ ଦିଓ୍ୱାନ, କେ. ଏମ୍. ନଟରାଜ ଓ ସଞ୍ଜୟ ଜୈନ୍ । କାର‌୍ୟ୍ୟକାଳ ବୃଦ୍ଧି ପ୍ରସ୍ତାବ ଉପରେ ମୋହର ମାରିଥିଲା କେନ୍ଦ୍ର ସରକାରଙ୍କ ନିଯୁକ୍ତ ସମ୍ପର୍କିତ କ୍ୟାବିନେଟ୍ କମିଟି । ସେହିପରି ଆଉ ଛଅ ଜଣଙ୍କୁ ଅତିରିକ୍ତ ସଲିସିଟର ଜେନେରାଲ ଭାବରେ ନିଯୁକ୍ତି ଦେଇଛନ୍ତି ସରକାର ।

Leave A Reply

Your email address will not be published.