Latest Odisha News

BREAKING NEWS

୧୦୦ ପ୍ରତିଶତ ପ୍ରିମିୟମରେ ୟାଜଦାନୀକୁ ମିଳିଲା କାଲମଙ୍ଗ ଲୁହାପଥର, ମାଙ୍ଗାନିଜ୍ ଖଣି

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ବୁଧବାର ଦିନ ୟାଜଦାନୀ ଇଣ୍ଟରନ୍ୟାସନାଲ୍ (ପି) ଲି.କୁ ୧୦୦ ପ୍ରତିଶତ ପ୍ରିମିୟମରେ କାଲମଙ୍ଗ ଲୁହାପଥର ଓ ମାଙ୍ଗାନିଜ୍ ଖଣି ମିଳିଛି ।

ୟାଜଦାନୀ ବ୍ୟତିତ ରୁଗଣ୍ଟା ମାଇନ୍ସ ଲି., ଲାଲ୍ ଟ୍ରେଡର୍ସ ଆଣ୍ଡ ଏଜେନ୍ସି ପ୍ରା., ଜେଭି ମାଇନ୍ସ ମିନେରାଲ୍ ଆଣ୍ଡ ମେଟାଲ୍ ପ୍ରା. ଲି., ଗୋପାଳ ସ୍ପଞ୍ଜ ଆଣ୍ଡ ପାୱାର ପ୍ରା. ଲି. ଭଳି କମ୍ପାନୀ ଏହି ଖଣି ନିଲାମର ଫାଇନାଲ୍ ରେସରେ ରହିଥିଲେ ।

ଏହି ଖଣିରେ ଆନୁମାନିକ ଗଚ୍ଛିତ ସମ୍ପଦ ୧.୪୦ ମ୍ୟାଟ୍ରିକ୍ ଟନ୍ ଲୁହା ଏବଂ ୩.୬୯୫ ମ୍ୟାଟ୍ରିକ୍ ଟନ୍ ମାଙ୍ଗାନିଜ୍ ରହିଛି ।

ମୋଟ୍ ୧୯ଟି ସୂଚୀବଦ୍ଧ ଖଣି ନିଲାମ ମଧ୍ୟରେ ଏଯାଏଁ ୧୩ଟି ସମାପ୍ତ ହୋଇଛି ।

ଏଠାରେ ସୂଚନାଯୋଗ୍ୟ, ଗତ (ଫେବୃଆରୀ ୧୧) ତାରିଖରେ ନିଲାମ ହୋଇଥିବା ସୁନ୍ଦରଗଡସ୍ଥିତ ନଦୀଡିହ ଲୁହାପଥର ଓ ମାଙ୍ଗାନିଜ ଖଣିକୁ ବିଶାଳ ଏଲପିଜି ଫୁଏଲ ପ୍ରା. ଲି. ହାତେଇଥିଲା ।

ସେହିଦିନ ପୂର୍ବରୁ ଲିଜ୍ ରଖିଥିବା ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟ୍ ଲି. କମ୍ପାନୀ ମୟୁରଭଞ୍ଜର ଗୋରୁମହିଷାଣୀ ଲୁହାପଥର ଖଣିକୁ ପ୍ରାୟ ୧୧୫ ପ୍ରତିଶତ ପ୍ରିମିୟମରେ ହସ୍ତଗତ କରିପାରିଥିଲା।

ଗତ (ଫେବୃଆରୀ ୯) ତାରିଖରେ ଗୋଆର ଫର୍ମେଣ୍ଟୋ ଇଣ୍ଟଷ୍ଟ୍ରିଜ୍ ପ୍ରାଇଭେଟ୍ ଲିଃ କମ୍ପାନୀ ୧୪୧.୨୫ ପ୍ରତିଶତ ବିକ୍ରିମୂଲ୍ୟ ଓଡ଼ିଶା ସରକାରଙ୍କୁ ଦେବାର ନିଷ୍ପତ୍ତି ଗ୍ରହଣ କରି ଏହି ଖଣିକୁ ହସ୍ତଗତ କରିପାରିଛି ।

ଶନିବାର ଦିନ (ଫେବୃଆରୀ ୮) ନିଲାମ ହୋଇଥିବା ମହୁଲସୁଖା ଲୁହାପଥର ଓ ମାଙ୍ଗାନିଜ୍ ଖଣିକୁ ପଟ୍ଟନାୟକ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ଼ ହସ୍ତଗତ କରିଥିଲା । ଏହି ଖଣିକୁ ୯୨.୭୦ ପ୍ରତିଶତ ପ୍ରିମିୟମରେ ଏହି କମ୍ପାନୀ କରାୟତ କରିପାରିଛି ।

ସେହିପରି ଭାବେ ଶୁକ୍ରବାର ଦିନ (ଫେବୃଆରୀ ୪) କୋଲକାତାର ଖଟୁଆ ନର୍ଭେରାମ ଏଣ୍ଡ କମ୍ପାନୀ ରଇଡ଼ା ୨ ଲୁହାପଥର ଖଣି ହାସଲ କରିପାରିଛି । ଏହାକୁ ୯୦.୯୦ ପ୍ରତିଶତ ବିକ୍ରିମୂଲ୍ୟରେ ହାସଲ କରିପାରିଛି ।

ଜେସିଡବ୍ଲ୍ୟ ୪ ବ୍ଲକ୍‌- ନୂଆଗାଁ (ଜାନୁଆରୀ ୩୧), ନାରାୟଣପୋଷୀ (ଫେବୃଆରୀ ୨) ଓ ଗଣୁଆ (ଫେବୃଆରୀ ୫) ଓ ଯଜାଙ୍ଗ (ଜାନୁଆରୀ ୬)ଖଣି ଅକ୍ତିଆର କରିଛି । ଯେଉଁଥିରେ ୧,୧୩୮.୩୪ ମିଲିୟନ୍ ଟନର ଖଣିଜ ପଥର ଗଚ୍ଛିତ ରହିଛି ।

ଶ୍ୟାମ ଓର୍ ମଧ୍ୟ ବୁଧବାର ଦିନ (ଫେବୃଆରୀ ୫) ଦିନ ଓଡିଶା ସରକାରଙ୍କୁ ୧୩୫ ପ୍ରତିଶତ ବିକ୍ରି ମୂଲ୍ୟ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛି । ଯାହାଫଳରେ ସେ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଜିଲିଙ୍ଗ-ଲଙ୍ଗଲୋଟା ଲୁହାପଥର ଖଣି ବ୍ଲକ୍ ନେବାକୁ ସକ୍ଷମ ହୋଇଛି ।

ଫେବୃଆରୀ ୪ ତାରିଖ ଦିନ ସିରାଜୁଦ୍ଦିନ୍ ଏଣ୍ଡ କମ୍ପାନୀ ବଲଦା ଲୁହାପଥର ଖଣିକୁ ଅକ୍ତିଆର କରିଥିବା ବେଳେ ଗତ ଫେବୃଆରୀ ୩ ତାରିଖ ଦିନ ଆରସେଲର ମିତ୍ତଲ ଇଣ୍ଡିଆ ପ୍ରାଇଭେଟ୍ ଲି. ଠାକୁରାଣୀ ଲୁହାପଥର ଖଣି ବ୍ଲକ ହାତେଇଥିଲା ।

Leave A Reply

Your email address will not be published.