Latest Odisha News

BREAKING NEWS

ତୃତୀୟ ପର୍ଯ୍ୟାୟ ମତଦାନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ, ୧୨୧ ସିଏପିଏଫ ହେବେ ମୁତୟନ

ଭୁବନେଶ୍ୱର: ୨୫ ତାରିଖରେ ରାଜ୍ୟରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ଆଜି ସଂଧ୍ୟାରେ ସରୁଛି ପ୍ରଚାର । ସଂଧ୍ୟା ୬ଟାରେ ଶେଷ ହେବ ପ୍ରଚାର । ତୃତୀୟ ପର୍ଯ୍ୟାୟ ମତଦାନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କରିଛନ୍ତି ପ୍ରେସମିଟ। ୬ ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା କ୍ଷେତ୍ରରେ ମତଦାନ ହେବ। ୬ ସଂସଦୀୟ କ୍ଷେତ୍ର ପାଇଁ ୬୪ ପ୍ରାର୍ଥୀ, ୪୨ ବିଧାନସଭା ପାଇଁ ୩୮୩ ପ୍ରାର୍ଥୀ ରହିଛନ୍ତି। ବୁଥ ଗୁଡିକ ସଂଧ୍ୟା ଯାଏଁ ଖୋଲା ରହିବ । ସମସ୍ତ ଭୋଟର ମାନଙ୍କୁ ଭୋଟ ଦେବାର ସୁଯୋଗ ଦିଆଯିବ। ଏଥିସହ ଶାନ୍ତିଶୃଙ୍ଖଳାରେ ଭୋଟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଭୋଟର ମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି।

ତୃତୀୟ ପର୍ଯ୍ୟାୟରେ ୧୦,୫୫୧ ପୋଲିଂ ଷ୍ଟେସନ ରହିଛି। ୨ ହଜାର ମଡେଲ ବୁଥ ରହିଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୯୪.୪୮ ଭୋଟର ରହିଛନ୍ତି। ବିଧାନସଭାରେ ୩୩୯ଜଣ ପୁରୁଷ ଓ ୪୪ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ୬ ଲୋକସଭା ୪୨ ବିଧାନସଭା ଆସନରେ ହେବ ଭୋଟିଂ। ତେବେ ୨୦% କ୍ରିଟିକାଲ ପୋଲିଂ ଷ୍ଟେସନ ଚିହ୍ନଟ ହୋଇଥିବା ସିଇଓ ସୂଚନା ଦେଇଛନ୍ତି। ସେହପରି ବିଶୃଙ୍ଖଳା ସୃଷ୍ଟି କରିବା ଲୋକଙ୍କୁ ବୁଥ ଭିତରକୁ ପ୍ରବେଶ ବାରଣ କରାଯାଇଛି । ଏଥିସହ କଡା ସୁରକ୍ଷାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଶାନ୍ତିପୂର୍ଣ୍ଣ ଭାବେ ଭୋଟିଂ ହେବା ପାଇଁ ୧୨୧ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ( CAPF) ମୁତୟନ ରହିବେ। ବିଶେଷକରି ସହରୀ ଭୋଟର ଅଧିକ ସଂଖ୍ୟାରେ ଭୋଟିଂ ପାଇଁ ଅପିଲ୍‌ କରିଛନ୍ତି ସିଇଓ। ସିନିୟର ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯୁବକ ଭୋଟରଙ୍କ ସଂଖ୍ୟା ୩୦ ପ୍ରତିଶତ ରହିଛି । ଘରୋଇ ଭୋଟର ସୁବିଧା ମଧ୍ୟ କରାଯାଇଛି । ପୋଲିସ, କର୍ମଚାରୀ ମାନଙ୍କ ପୋଷ୍ଟାଲ ବାଲାଟର ସୁବିଧା କରାଯାଇଛି । ପ୍ରଥମ ଦୁଇଟି ନିର୍ବାଚନରେ ଭୋଟର ମାନେ ବହୁତ ସଂଖ୍ୟାରେ ଭୋଟ ଦେଇଛନ୍ତି । ପ୍ରତ୍ୟକ ଭୋଟର ମାନଙ୍କୁ ସୁବିଧା ଦିଆଯାଇଛି। ତୃତୀୟ ପର୍ଯ୍ୟାୟ ମତଦାନରେ ଗାଁ ସହର ସବୁ ଭୋଟର ମାନଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି ସିଇଓ।

Leave A Reply

Your email address will not be published.