Latest Odisha News

BREAKING NEWS

ଓଡ଼ିଆ ଅସ୍ମିତା ଓ ସ୍ବାଭିମାନକୁ ନେଇ ନିର୍ବାଚନ ଲଢ଼ାଯାଉଛି: ହିମନ୍ତ ବିଶ୍ବଶର୍ମା

ସମ୍ବଲପୁର: ସାଧାରଣ ନିର୍ବାଚନ ପାଇଁ ଉଭୟ ଦେଶ ଓ ରାଜ୍ୟ ରାଜନୀତି ପୁରା ସରଗରମ ରହିଛି । ରାଜ୍ୟରେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ବାକି ରହିଛି । ଏଥିପାଇଁ କେନ୍ଦ୍ରୀୟ ନେତାଙ୍କର ଓଡ଼ିଶା ଉପରେ ରହିଛି ଫୋକସ। କେନ୍ଦ୍ରୀୟ ନେତାମାନେ ଓଡ଼ିଶାକୁ ଘନଘନ ପ୍ରଚାର ପାଇଁ ଆସୁଛନ୍ତି । ଏହିମଧ୍ୟରେ ଆଜି ସମ୍ବଲପୁରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରଚାର କରିଛନ୍ତି । ଏଠାରେ ଆୟୋଜିତ ସଭାରେ ରାଜ୍ୟ ସରକାରଙ୍କ ଉପରେ କଡା ନିଶାନା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ।

ଓଡ଼ିଆ ଅସ୍ମିତା ଓ ସ୍ବାଭିମାନକୁ ନେଇ ନିର୍ବାଚନ ଲଢ଼ାଯାଉଛି କହିଲେ ହିମନ୍ତ । ଓଡିଶାରେ ପାଣ୍ଡିଆନଙ୍କ ବିନା ଆଉ କେହି ସରକାର ଦେଖାଯାଉନାହିଁ । ଏଠାରେ  ଯେଉଁ ୫ଟି କଥା କୁହାଯାଉଛି, ସେଥିରେ ଟି ର ଅର୍ଥ ହେଉଛି ତାମିଲନାଡୁ । ନିର୍ବାଚନ ହାରିଲେ ବିଜେଡି ଭାଙ୍ଗିବ। ଯେଉଁମାନଙ୍କର ଆତ୍ମସମ୍ମାନ ଅଛି ସେମାନେ ବିଜେଡିରେ ରହିବେନି ବୋଲି କହିଲେ ହିମନ୍ତ ।

ବିଜେଡି ସରକାର ଓଡ଼ିଶାର ସମ୍ପତ୍ତିକୁ ଆଉଟ ସୋର୍ସ କରିଛନ୍ତି। ମହାପଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ଲୁଚାଇ କରି ରଖିଛନ୍ତି। ଓଡ଼ିଶାରେ ପାଣ୍ଡିଆନଙ୍କ ବିନା ସରକାରରେ କେହି ଦିଶୁ ନାହାନ୍ତି। ଏଠି ମୁଖ୍ୟମନ୍ତ୍ରୀ ନାହାଁନ୍ତି  ।ପାଣ୍ଡିଆନ ସବୁ କବଜା କରିନେଇଛନ୍ତି । ନବୀନ ବାବୁଙ୍କୁ କ୍ୟାପଚର କରି ଦିଆଯାଇଛି ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ  ।

ଏଠାରେ ମୁଖ୍ୟମନ୍ତ୍ରୀ କେମିତି ଅଛନ୍ତି ତାହା କେହି ଜାଣି ପାରୁ ନାହାଁନ୍ତି । ପାଣ୍ଡିଆନ ବାବୁ ଯାହା ଲେଖିଦେଉଛନ୍ତି  ନବୀନ ବାବୁ ତାହା ପଢିଦେଉଛନ୍ତି । ମୁଁ ଜଣେ ମୁଖ୍ୟମନ୍ତ୍ରୀ, କାହାର ସାହସ ନାହିଁ ମାଇକ୍‌ ଧରି ମତେ  କୁହାଇବାକୁ  । ମୁଁ ଯୁଆଡେ ଯାଉଛି ଏକୁଟିଆ ସମସ୍ତଙ୍କ ସହ କଥା ହେଇପାରୁଛି । କିନ୍ତୁ ଏଠି ପାଣ୍ଡିଆନଙ୍କ ବିନା ନବୀନ ବାବୁ କଥା ହେଇପାରନ୍ତି ନାହିଁ । ନବୀନ ବାବୁ ଦେଶର  ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ ଏକଲା କଥା ହୁଅନ୍ତି ନାହିଁ । ପାଣ୍ଡିଆନଙ୍କୁ ହଟାଇ ଆମକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବାଛିବାକୁ ହେବ । ଓଡିଶାରେ ବିଜେପି ସରକାର ଗଠନ ହେବ କହିଛନ୍ତି ହିମନ୍ତ ।

୧୧ ତାରିଖରେ ପାଣ୍ଡିଆନ ତାମିଲନାଡୁ ଚାଲିଗଲେ ବହୁତ କିଛି ଜଣାପଡ଼ିବ । ଏହାସହ ନବୀନ ବାବୁ ପାଣ୍ଡିଆନଙ୍କ ବିନା ଯଦି  ଓଡ଼ିଶା ଗଣମାଧ୍ୟମ ସହ ଏକୁଟିଆ ୧୦ ମିନିଟ୍ କଥା ହେବ ତାହାଲେ ନବୀନବାବୁ ନିଶ୍ଚିତ ଭାବରେ କାନ୍ଦିବେ ବୋଲି ଖୋଲାଖୋଲି ଭାବେ କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ  । ସେପଟେ ହିମନ୍ତଙ୍କ ଆରୋପକୁ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Leave A Reply

Your email address will not be published.