Latest Odisha News

BREAKING NEWS

ସରିଗଲା କି ଦୀନେଶଙ୍କ ଆଇପିଏଲ ଅଭିଯାନ

ଅହମ୍ମଦାବାଦ: ରାଜସ୍ଥାନ ରୟାଲ୍ସ ନିକଟରୁ ପରାଜିତ ହୋଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଆଇପିଏଲ ଟାଇଟାଲ ହାସଲରୁ ପୂନର୍ବାରେ ବଂଚିତ ହୋଇଛି । ମ୍ୟାଚ ପରେ ଆରସିବିରୁ ଅଭିଜ୍ଞ ୱିକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତିକଙ୍କ ଆଇପିଏଲ କ୍ୟାରିୟର ଶେଷ ହୋଇଥିବା ଜଣାପଡିଛି । ଏହା ବିଧିବଦ୍ଧ ଭାବେ କାର୍ତିକ ଘୋଷଣା କରି ନ ଥିଲେ ମଧ୍ୟ ମ୍ୟାଚ ପରେ ତାଙ୍କୁ ଯେଉଁ ଭଳି ଢ଼ଙ୍ଗରେ ଗାର୍ଡ ଅଫ ଅନର ପ୍ରଦର୍ଶନ କରାଯାଇଥିଲା ଏଥିରୁ ଏହା ଅନୁମାନ କରାଯାଉଛି । ବିରାଟ କୋହଲିଙ୍କ ସମେତ ଅନ୍ୟ ଖେଳାଳିମାନେ କାର୍ତିକଙ୍କୁ ବିଦାୟ ଢ଼ଙ୍ଗରେ ଆଲିଙ୍ଗନ କରିଥିଲେ । ୨୦୧୫ରେ ଆରସିବି ତାଙ୍କୁ ୧୦.୫ କୋଟିରେ କିଣିଥିଲା ।

ମାତ୍ର ସେ ସମୟରେ ତାଙ୍କ ପ୍ରଦର୍ଶନ ଭଲ ନ ଥିଲା । ସେ ୧୧ ମ୍ୟାଚରେ ୧୪୧ ରନ କରିଥିଲେ । ମାତ୍ର ଗତ ସିଜନରେ ସେ ଜଣେ ଫିନିଶର ଭାବେ ନିଜକୁ ଉପସ୍ଥାପିତ କରିଥିଲେ । ୨୦୨୨ରେ ସେ ୧୮୦ରୁ ଅଧିକ ଷ୍ଟ୍ରାଇକ ଟେରେ ୩୩୦ ରନ ସଂଗ୍ରହ କରିଥିଲେ । ଏହି ପ୍ରଦର୍ଶନ ବଳରେ ସେ ଦିନିକିଆ ବିଶ୍ୱକପରେ ମଧ୍ୟ ସୁଯୋଗ ପାଇଥିଲେ । ଓଭରାଲ ୨୫୭ ଆଇପିଏଲ ମ୍ୟାଚରେ ସେ ୪୮୪୨ ରନ କରିଛନ୍ତି । ଏଥିରେ ୨୨ ଅର୍ଦ୍ଧଶତକ ସାମିଲ । ଦିଲ୍ଲୀ ଡେୟାରଡେଭିଲ୍ସ, କିଙ୍ଗସ ଇଲେଭନ ପଞ୍ଜାବ, ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଲାୟନ୍ସ ଓ କୋଲକାତା ନାଇଟ ରାଇଡର୍ସ ଟିମ ପକ୍ଷରୁ ଖେଳିଛନ୍ତି ।

Leave A Reply

Your email address will not be published.