Latest Odisha News

BREAKING NEWS

କାମ ଦେଲାନି ମହାମେଣ୍ଟ: ଜିତିଲା ବିଜେପି, ହାରିଲା ଆପ୍

 

ଚଣ୍ଡିଗଡ଼: ଚଣ୍ଡିଗଡ଼ର  ଡେପୁଟି ମେୟର ନିର୍ବାଚନରେ ଆପ୍-କଂଗ୍ରେସର ମହାମେଣ୍ଡକୁ ବଡ଼ ଝଟକା । ସିନିୟର ଡେପୁଟି ମେୟର ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ବିଜେପରି କୁଲଜିତ ସଂନ୍ଧୁ ୧୯ଟି ଭୋଟ ପାଇଛନ୍ତି । ସେପଟେ କଂଗ୍ରେସ-ଆପ ମହାମେଣ୍ଟ ତରଫରୁ ପ୍ରାର୍ଥୀ ଗୁରୁପ୍ରୀତି ଗାବିଙ୍କୁ ୧୬ଟି ଭୋଟ ମିଳିଛି । ଏହା ବ୍ୟତୀତ ଗୋଟିଏ ଭୋଟ ଅମାନ୍ୟ ହୋଇଯାଇଛି ।

ସେହିପରି ଡେପୁଟି ମେୟର ନିର୍ବାଚନରେ ବିଜେପିରୁ ରାଜିନ୍ଦର ଶର୍ମାଙ୍କୁ ୧୯ ଭୋଟ ମିଳିଥିବା ବେଳେ ମହାମେଣ୍ଡ ପକ୍ଷରୁ ପ୍ରାର୍ଥୀ ହୋଇଥିବା ନିର୍ମଲା ଦେବୀଙ୍କୁ ୧୭ ଭୋଟ୍ ମିଳିଛି । ଭୋଟ ଆରମ୍ଭ ହେବା ପରେ ଚଣ୍ଡିଗଡ଼ର ସାଂସଦ କିରଣ ଖେର ନିଜ ଭୋଟ ଦେଇଥିଲେ ।

ସେହିପରି ବିଜେପି ପ୍ରାର୍ଥୀ ୩୦ ଜାନୁଆରୀରେ ହୋଇଥିବା ମେୟର ନିର୍ବାଚନ ଆପ- କଂଗ୍ରେସ ମହାମେଣ୍ଡକୁ ହରାଇ ବିଜୟ ହାସଲ କରିଥିଲେ । ଏହା ପରେ ମହାମେଣ୍ଡର ରିଟଣ୍ଣିଂ ଅଧିକାରୀ ଅନିଲ ମସହୀଙ୍କ ଉପରେ ଅନିୟମିତାର ଅଭିଯୋଗ ଲାଗିଥିଲା । ମସିହ ମହାମେଣ୍ଟର ୮ଟି ଭୋଟକୁ ଅବୈଧ ଘୋଷଣା କରିଥିଲେ । ଏହା ପରେ ଆପର ପ୍ରାର୍ଥୀ ସୁପ୍ରିମକୋର୍ଟ ନିକଟକୁ ଯାଇଥିଲେ । ଫେବୃଆରୀ ୨୦ରେ ସୁପ୍ରିମକୋର୍ଟ ନିଷ୍ପତିକୁ ବଦଳାଇଥିଲେ । ଆପର ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରିଥିଲେ । ଚଣ୍ଡିଗଡ଼ ନଗର ନିଗମ ୩୫ ସଦସ୍ୟ ସଦନରେ ବିଜେପି ପାଖରେ ୧୪ ଜଣ କାଉନସିଲର ଅଛନ୍ତି । ଯେଉଁଥିରେ ସାଂସଦ କିରଣ ଖେରଙ୍କୁ ଗୋଟିଏ ଭୋଟ ଦିଆଯାଇଛି ।

ଆାପ ପାଖରେ ୧୩, କଂଗ୍ରେସ ପାଖରେ ୭ ଜଣ କାଉନସିଲର ଅଛନ୍ତି । ଶିରୋମଣି ଅକାଳି ଦଳର ଜଣେ କାଉନସିଲର ଅଛନ୍ତି । ଯିଏ ବିଜେପିକୁ ସମର୍ଥନ ଦେଇଛନ୍ତି । ଆପର ୩ କାଉନସିଲର ମତ ବଦଳାଇବାରୁ ବିଜେପି ପାଖରେ ୧୯ ଭୋଟ ହେଇଯିବ । ଯେଉଁଥିରେ ଶିରୋମଣି ଅକାଳି ଦଳ ମଧ୍ୟ ସାମିଲ ଅଛି ।

 

Leave A Reply

Your email address will not be published.