Latest Odisha News

ବିଡ଼ିଓ ଓ କନିଷ୍ଠ ଯନ୍ତ୍ରୀଙ୍କ ନାଁ ରେ ହତ୍ୟା ଉଦ୍ୟମ ମାମଲା ରୁଜୁ

ସୁବର୍ଣ୍ଣପୁର: ଦୀର୍ଘ ଦୁଇବର୍ଷ ତଳେ ସରକାରଙ୍କ ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅଧୀନ ଗୁହୁରିଆଘାଟ ଗ୍ରାମରେ ଏକ ନାଟକ ମଣ୍ଡପ ପାଇଁ ଅର୍ଥ ଦିଆଯାଇଥିଲା l ଯଦିଓ କାର୍ଯ୍ୟାଦେଶ କନିଷ୍ଠ ଯନ୍ତ୍ରୀ ଭ୍ରମରବର ବାଘଙ୍କ ନାମରେ ଥିଲା, ତେବେ ଗ୍ରାମବାସୀ ସମସ୍ତେ କମିଟି କରି କାମଟିକୁ ତିନି ମାସ ହେଲା ଶେଷ କରିଛନ୍ତି l

ହେଲେ କାମ ସରିଲା ପରେ ମଧ୍ୟ ଗ୍ରାମବାସୀ ବ୍ଲକ୍ ଅଫିସକୁ ଦୌଡ଼ି ଦୌଡି ନୟାନ୍ତ ହେଲାପରେ, ଗତ ୨୬ ତାରିଖରେ ଝାଞ୍ଜ ମୃଦଙ୍ଗ ବାଡେଇ ଅଭିନବ ଭାବେ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ବେକରେ ଗାମୁଛା ଓ ଫୁଲମାଳ ଦେଇ ପ୍ରତିବାଦ କରିଥଲେ l

ଏହି ଘଟଣାର ଚାରି ଦିନ ପରେ ରାଜନୈତିକ ଚାପରେ ବିଡ଼ିଓ ଏବଂ କନିଷ୍ଠ ଯନ୍ତ୍ରୀ ଗ୍ରାମବାସୀଙ୍କ ନାମରେ ଥାନାରେ ଏତଲା ଦେଇଥିଲେ l ଏହାର ପ୍ରତିବାଦରେ ଗ୍ରାମବାସୀ ବରିଷ୍ଠ ଓକିଲ ତଥା ସମାଜସେବୀ ବଳଦେବ ବେଦବାକଙ୍କ ନେତୃତ୍ୱରେ ଶହଶହ ସଂଖ୍ୟାରେ ଆସି ତରଭା ଥାନାରେ ବିଡ଼ିଓ ଅନିଲ ପ୍ରାସାଦ କୁଲୁ, କନିଷ୍ଠ ଯନ୍ତ୍ରୀ ଶ୍ରୀ ଭ୍ରମରବର ବାଗ ଓ ସହକାରୀ ଯନ୍ତ୍ରୀ ଶ୍ରୀ ସାହୁଙ୍କ ନାମରେ ଏତଲା ରୁଜୁ କରିଥିଲେ ।

ଉକ୍ତ ଏତଲାକୁ ଭିତ୍ତି କରି ତରଭା ପୋଲିସ ଥାନା କେସ ନମ୍ୱର୍ -୮୩/୨୪ ରେ ଭାରତୀୟ ପିଙ୍ଗଳ କୋଡ଼ ର ୨୯୪, ୫୦୬, ୩୦୭/୩୪ ଧାରାରେ ରେଜେଷ୍ଟ୍ରୀ କରି ତଦନ୍ତ ଜାରି ରଖିଛନ୍ତି l ତେବେ ଏଭଳି ଏକ ଛୋଟ ବିଷୟକୁ ବିଡ଼ିଓଙ୍କ ଅପରିପକ୍ୱତା ଯୋଗୁଁ ସମାଧାନ କରିବା ପରିବର୍ତ୍ତେ କୋର୍ଟ କଚେରୀ ପର୍ଯ୍ୟନ୍ତ କଥା ଗଲା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି l ତୁରନ୍ତ ବିଡ଼ିଓ, କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିବାକୁ ଶ୍ରୀ ବଳଦେବ ବେଦବାକ ଦୃଢ଼ ଦାବି କରିଛନ୍ତି ।

Leave A Reply

Your email address will not be published.