Latest Odisha News

BREAKING NEWS

ରାମ ମନ୍ଦିର ଖନନ ବେଳେ ବାହାରିଲା ପୁରୁଣା ମନ୍ଦିରର ଅବଶେଷାଂଶ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାମ ଜୋରସୋରରେ ଚାଲିଛି । ଇତି ମଧ୍ୟରେ ମନ୍ଦିର ପରିସର ଖୋଳିବା ସମୟରେ ମିଳିଛି ପୁରୁଣା ମନ୍ଦିରର ଅବଶେଷାଂଶ । ଏହି ଅବଶେଷାଂଶକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏଥିରେ ରହିଛି ବଡବଡ ସ୍ତମ୍ଭ ଏବଂ ମୂର୍ତ୍ତି ।  ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ନିଜେ ଏହି ତଥ୍ୟ ସମ୍ପର୍କରେ ସୋସିଆଲ ମିଡିଆ ଜରିଆରେ ଜଣାଇଛନ୍ତି । ସେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଫଟୋର ଅବଶେଷାଂଶ ଏକାଠି ରଖାଯାଇଛି ।

ରାମ ମନ୍ଦିର ନିର୍ମାଣ ସମୟରେ ଯେଉଁ ଖନନ କାମ ଚାଲିଛି ସେଥିରୁ ଉଦ୍ଧାର ହୋଇଥିବା ଜିନିଷ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି । ଏଥିରେ ରହିଛି ଡର୍ଜନ ଡର୍ଜନ ମୂର୍ତ୍ତି, ସ୍ତମ୍ଭ ଏବଂ ଶିଳା ଯେଉଁଥିରେ ଦେବଦେବୀଙ୍କ ମୂର୍ତ୍ତି ଖୋଦେଇ ହୋଇ ରହିଛି । ଚମ୍ପତ ରାୟ ସେୟାର

କରିଥିବା ଫଟୋରେ  ମନ୍ଦିରରେ ଲାଗିବାକୁ ଥିବା ସ୍ତମ୍ଭ ମଧ୍ୟ ଥିବା ଦେଖିବାକୁ ମିଳିଛି । କୁହାଯାଉଛି, ଖନନ ବେଳେ ମିଳିଥିବା ଏହି ପୁରାତନ ଅବଶେଷାଂଶ ରାମଲାଲାଙ୍କ ଭବ୍ୟ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ରଖାଯିବ ।

ସୂଚନାଥାଉ କି, ବରିଷ୍ଠ ସାଧୁସନ୍ଥମାନେ କହିଛନ୍ତି ୨୦୨୪ ଜାନୁଆରି ତୃତୀୟ ସପ୍ତାହରେ ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର ଉଦ୍‌ଘାଟନ କରାଯିବ।

Leave A Reply

Your email address will not be published.