Latest Odisha News

BREAKING NEWS

ପଞ୍ଚୁକର ପ୍ରଥମ ଦିନ: ଚନ୍ଦ୍ରମଉଳି ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର

ଆଠଗଡ: ଆଜି ହେଉଛି କାର୍ତ୍ତିକ ମାସର ପହିଲି ପଞ୍ଚୁକ । ପବିତ୍ର ବ୍ରତ ପାଳନ ପାଇଁ ଧବଳେଶ୍ଵର ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ପଞ୍ଚୁକର ପ୍ରଥମେ ଦିନରେ ଚନ୍ଦ୍ରମଉଳି ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର । କାର୍ତ୍ତିକ ମାସ ଧର୍ମର ମାସ ହୋଇଥିବାରୁ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି ।

ଆଜି ପଞ୍ଚକ ପ୍ରଥମ ଦିନରେ ରାତି ୩ ଟାରୁ ପହଡ଼ ଖୋଲାଯାଇ ୧୦୮ ଗରା ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯାଇଛି । ଏହାପରେ ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇ ଠାକୁରଙ୍କ ନିକଟରେ ବାଳ ଭୋଗ ସହ ଖେଚୁଡ଼ି ଭୋଗ ଲାଗି କରାଯାଇଥିଲା । ପରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ପାଇଁ ଛଡା ଯାଇଥିଲା । ଆଜି ବାବା ଧବଳେଶ୍ୱର ଭକ୍ତ ମାନଙ୍କୁ ଚନ୍ଦ୍ର ମଉଳି ବେଶରେ ଦର୍ଶନ ଦେଉଛନ୍ତି । ଏହି ଦିନରେ ବାବାଙ୍କ ଏହି ଚନ୍ଦ୍ରମଉଳି ବେଶରେ ଦର୍ଶନ କରିଲେ ଅଶେଷ ପୁଣ୍ୟ ମିଳିବାର ବିଶ୍ୱାସ ରହିଛି ।

ଆସନ୍ତା ଶନିବାର ବଡ଼ ଓଷା ଉପଲକ୍ଷେ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଗଜଭୋଗ ଓ ତରଣ ଲାଗି କରାଯିବ । ବଡଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଶ୍ରଦ୍ଧାଳୁମାନେ ପ୍ରସାଦ ପାଇ ବ୍ରତ ଉଦଯାପନ କରିବେ ।

Leave A Reply

Your email address will not be published.