Latest Odisha News

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ, ୫ ଗିରଫ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପୋଲିସକୁ ବଡ ସଫଳତା । ୩୨ କେଜିର ଗଞ୍ଜେଇ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ମାନେ ବିଲାସପୁର ଜିଲ୍ଲା ମଟିଆରି ଗ୍ରାମର ବୋଲି ଜଣା ପଡିଛି ।

ସୂଚନା ଅନୁସାରେ, ଉଲୁଣ୍ଡା ପୋଲିସ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ ଝାରବାହାଲି ଛକ ଠାରେ ୫ଜଣ ଯୁବକ ବ୍ୟାଗ୍ ଧରି ବସକୁ ଅପେକ୍ଷା କରିଥିଲେ l ପୋଲିସକୁ ସନ୍ଦେହ ହେବାରୁ ସେଠାରେ ବ୍ୟାଗ୍ ଯାଞ୍ଚ କଲାପରେ ଗଞ୍ଜେଇ ଥିବା ଜାଣିପାରିଥିଲା l ଘଟଣାସ୍ଥଳରୁ ୫ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୩୨ କେଜି ଗଞ୍ଜେଇ ଜବତ କରିଛି ଉଲୁଣ୍ଡା ପୋଲିସ । ଅଭିଯୁକ୍ତ ମାନେ ବିଲାସପୁର ଜିଲ୍ଲା ମଟିଆରି ଗ୍ରାମର ବାଲ କ୍ରିଷ୍ଣା, ରାମ ବିଳାସ ଶିକାରୀ, ମହେନ୍ଦ୍ର ଶିକାରୀ,ଅଭିଜିତ ମାଲିଆ, ରଘୁନାଥ ମାଳିଆ ବୋଲି ଜଣା ପଡିଛି l

 

 

Leave A Reply

Your email address will not be published.