Latest Odisha News

BREAKING NEWS

ଇତିହାସ ରଚିଲେ ଭାରତୀୟ ବୈଜ୍ଞାନିକ, ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ

ଶ୍ରୀହରିକୋଟା: ବହୁ ପ୍ରତିକ୍ଷିତ ‘ଚନ୍ଦ୍ରଯାନ-୨’ର ସଫଳ ଉତକ୍ଷେପଣ ପରେ ଭାରତୀୟ ମହାକାଶ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡି ହୋଇଯାଇଛି ।

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଜୁଲାଇ ୨୨ ତାରିଖ (ସୋମବାର) ଅପରାହ୍ନ ୨ଟା ୪୩ ମିନିଟ ସମୟରେ ସଫଳତାର ସହ ଚନ୍ଦ୍ରାୟନ-୨ ମହାକାଶ ଅଭିମୁଖେ ଗତି କରିଛି ।

ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ କରାଯାଇଛି।

ଚନ୍ଦ୍ରପୃଷ୍ଠକୁ ଯାନ ପଠାଇବାରେ ଆମେରିକା, ରୁଷିଆ ଏବଂ ଚୀନ ପରେ ଭାରତ ପାଲଟିଛି ୪ର୍ଥ ଦେଶ ।

ସୂଚନାଯୋଗ୍ୟ, ପ୍ରଥମଥର ଲାଗି ୨୦୦୮ରେ ଚନ୍ଦ୍ର କକ୍ଷପଥରେ ପଶିଥିଲା ଚନ୍ଦ୍ରଯାନ-୧ । ଏହାର ୧୧ବର୍ଷ ପରେ ମିଶନ ଚନ୍ଦ୍ରଯାନ-୨ ନିଜ ଯାତ୍ରା ଆରମ୍ଭ କରିବ । ଏଥର ୫୨ଦିନ ଯାତ୍ରା ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ ଚନ୍ଦ୍ରଯାନ । ଚନ୍ଦ୍ରରେ ପାଣିର ସନ୍ଧାନ କରିବା ସହ ଖୋଜିବ ପୃଥିବୀ ସୃଷ୍ଟିର ରହସ୍ୟ।

Comments are closed.