Latest Odisha News

BREAKING NEWS

ଚୌଦ୍ୱାରରେ ଜବତ ହେଲା ବେଆଇନ୍ ଗୋରୁ ବୋଝେଇ କଣ୍ଟେନର୍, ୯ଗିରଫ

କଟକ: କମିଶନରେଟ ପୋଲିସର ଏସଟିଏଫ ଦ୍ୱାରା ରବିବାର ବିଳମ୍ବିତ ରାତିରେ କଟକ ଜିଲ୍ଲା ଚୌଦ୍ୱାର ନିକଟବର୍ତ୍ତୀ ୫୫ ନଂ ଜାତୀୟ ରାଜପଥ ନିକଟରେ ଏକ ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିବା ସହିତ ଏଥିରେ ସଂପୃକ୍ତ ୯ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନାନୁଯାୟୀ, ଅନୁଗୁଳ ଓ ନରସିଂହପୁର ଅଞ୍ଚଳରୁ ଏକ ଗୋରୁ ବୋଝେଇ କଣ୍ଟେନର୍ ଶତାଧିକ ଗୋରୁଙ୍କୁ ବେଆଇନ୍ ଭାବେ କୋଲକାତାକୁ ଚାଲାଣ କରୁଥିବାର ଖବର ପାଇଥିଲେ କମିଶନରେଟ ପୋଲିସ । ଖବର ପାଇ ଚୌଦ୍ୱାର ନିକଟସ୍ଥ ଜାତୀୟ ରାଜପଥରେ ଏହି କଣ୍ଟେନରକୁ ଜବତ କରିଥିଲେ ଏସଟିଏଫ । ଗୋରୁମାନଙ୍କୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲେ ମଧ୍ୟ କିଛି ଗୋରୁ ଯନ୍ତ୍ରଣାରେ ମରିଯାଇଥିବାର ଜଣା ପଡ଼ିଛି । କଣ୍ଟେନର୍ ମଧ୍ୟରେ ଦୟନୀୟ ଅବସ୍ଥାରେ ଥିବା ଅନେକ ଗୋରୁ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି ।

ଏହି ଘଟଣାରେ ସଂପୃକ୍ତ ରହିଥିବା ୯ଜଣଙ୍କୁ କମିଶନରେଟ ପୋଲିସ ଗିରଫ କରିଥିବା ସହିତ ଗୋଟିଏ କଣ୍ଟେନର, ଗୋଟିଏ ବୋଲେରୋ ଏବଂ ଏକ ସ୍କର୍ପିଓ ଗାଡ଼ିକୁ ଜବତ କରିଛି ପୋଲିସ ।

Leave A Reply

Your email address will not be published.