Latest Odisha News

‘ଦୁର୍ଘଟଣାର କାରଣ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂରେ ପରିବର୍ତ୍ତନ, କବଚ ନୁହେଁ’, ମମତାଙ୍କ ଦାବିକୁ ଖଣ୍ଡନ କଲେ ରେଳମନ୍ତ୍ରୀ

ବାଲେଶ୍ୱର: ରେଳ ସୁରକ୍ଷା କମିଶନର ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ କରିଛନ୍ତି । କଣ ପାଇଁ ଦୁର୍ଘଟଣା ଘଟିଲା ଜଣାପଡ଼ିଛି। ତଦନ୍ତ ରିପୋର୍ଟ ଆସିଲେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ନବ। ସେ କହିଛନ୍ତି ଆମେ ଘଟଣାର କାରଣ ଏବଂ ଏଥିପାଇଁ ଦାୟୀ ଲୋକଙ୍କୁ ଚିହ୍ନଟ କରିଛୁ।

ବୈଦ୍ୟୁତିକ ଇଣ୍ଟରଲକିଂରେ ପରିବର୍ତ୍ତନ ଯୋଗୁଁ ଏହା ଘଟିଛି। ଏହାର କବଚ ସହ କୌଣସି ସମ୍ପର୍କ ନାହିଁ। ଦୁର୍ଘଟଣାର କାରଣ କବଚ ବୋଲି ମମତା ବାନାର୍ଜୀ ଗତକାଲି ତାହା ତାଙ୍କ ଜ୍ଞାତ ସାରରେ। ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂରେ ପରିବର୍ତ୍ତନ ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ମନ୍ତ୍ରୀ କହିଛନ୍ତି।

କବଚ ଥିଲେ ବାହାନଗା ଟ୍ରେନ ଦୁର୍ଘଟଣାକୁ ଏଡାଇ ଦିଆଯାଇଥାନ୍ତା। ପୂର୍ବତନ ରେଳମନ୍ତ୍ରୀ ତଥା ଏବେର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳ ପରିଦର୍ଶନ କରି ଏହା କହିଥିଲେ। ଯାହାର ଜବାବ ଦେଇଛନ୍ତି ଏପରି କିଛି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ।

ଉଲ୍ଲେଖଯୋଗ୍ଯ, ଗତକାଲି ଏହି ଘଟଣାରେ ରେଳବାଇ ତରଫରୁ ସୂଚନା ଦିଆଯାଇଥିଲା ଯେ ସିଗନାଲ କାରଣ ଦୁର୍ଘଟଣାର କାରଣ ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ରେଳଲାଇନରେ ମାଲଗାଡି ଛିଡା ହୋଇଥିଲା। ଆଉ ଏକ ଟ୍ରେନ ଲାଇନରେ କରମଣ୍ଡଳ ଭୁବନେଶ୍ୱର ଆଡକୁ ଯାଉଥିଲା କିନ୍ତୁ ଏହା ହଠାତ ମାଲଗାଡି ଛିଡା ହୋଇଥିବା ଟ୍ରାକରେ ଯାଇ ମାଲଗାଡିକୁ ଧକ୍କା ଦେବାରୁ ଦୁର୍ଘଟଣାର ଶିକାର ହୋଇଥିଲା। ବଗି ଗୁଡିକ ବିଭିନ୍ନ ଟ୍ରାକରେ ପଡିଥିଲା। ପରେ ଆଉ ଏକ ଟ୍ରାକରେ ଭୁବନେଶ୍ବର ଆଡୁ ହାଓ୍ୱଡା ଯାଉଥିବା ଯଶୋବନ୍ତପୁର ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିବା ଟ୍ରେନର ବଗି ସହ ଧକ୍କା ହୋଇଥିଲା।

ତେଣୁ ଦୁର୍ଘଟଣାର ମୂଳ କାରଣ ସେତେବେଳେ ଜଣାପଡ଼ିବ ଯେତେବେଳେ କରମଣ୍ଡଳ ଟ୍ରେନ କେଉଁ ଆଧାରରେ ମାଲଗାଡି ଛିଡା ହୋଇଥିବା ଟ୍ରେନରେ ଗଲା। ଯାହାର ତଦନ୍ତ ରେଳବାଇ ସୁରକ୍ଷା କମିଶନର କରିଛନ୍ତି ବୋଲି ସୂଚନା ରହିଛି।

Leave A Reply

Your email address will not be published.