Latest Odisha News

BREAKING NEWS

ଆଜି ସ୍ନାନଯାତ୍ରା; ସ୍ନାନମଣ୍ଡପରେ କାଳିଆକୁ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ

ପୁରୀ: ଆଜି ସ୍ନାନଯାତ୍ରା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂରତି । ରତ୍ନବେଦୀ ଛାଡି ସ୍ନାନବେଦୀକୁ ଓହ୍ଲାଇ ଆସିଲେଣି ଠାକୁର ।   ବର୍ଷକରେ ଥରେ ପ୍ରତ୍ୟେକ୍ଷ ସ୍ନାନଯାତ୍ରା ଦେଖିବାକୁ ବଡଦାଣ୍ଡରେ ଅପେକ୍ଷା କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ ।

ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା  ।  ରାତି ୨ରୁ ଦଇତାପତି ନିଯୋଗ ତରଫରୁ ଆରମ୍ଭ ହୋଇଥିଲା ନୀତିକାନ୍ତି। ଭୋର ପ୍ରାୟ ୪ଟା୪୫ରେ ମଙ୍ଗଳାର୍ପଣ ନୀତି ପରେ ଆରମ୍ଭ ହୋଇଥିଲା ପହଣ୍ଡି । ପ୍ରଥମେ ସୁଦର୍ଶନ ପରେ ବଡ଼ଠାକୁର, ପରେ ଦେବୀ ସୁଭଦ୍ରାଙ୍କ ଏବଂ ଶେଷରେ ସ୍ନାନବେଦୀକୁ ଧାଡି ପହଣ୍ଡିରେ ବିଜେ କରିଥିଲେ କଳାଠାକୁର। ସେପଟେ ଅପରାହ୍ନ ପ୍ରାୟ ୨ଟାରେ ହେବ ଗଜାନନ ବେଶ ।

ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସରିଛି  । ସଠିକ ସମୟରେ ଗଜାନନ ବା ହାତୀ ବେଶରେ ଦର୍ଶନ କରିବେ ଶ୍ରଦ୍ଧାଳୁ ।  ଶ୍ରୀମନ୍ଦିର  ମୁଖ୍ୟ ପ୍ରଶାସକ ଏବଂ ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ, ସେଵାୟତ ଓ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ବୟ ଯୋଗୁଁ ଶୃଙ୍ଖଳିତ ଭାବରେ ନୀତି ଚାଲୁ ରହିଛି । ଅନ୍ୟପଟରେ ପ୍ରଚଣ୍ଡ ଗୁଳୁଗୁଳି ସତ୍ତ୍ୱେ ବଡଦାଣ୍ଡରେ ପ୍ରତୀକ୍ଷା କରିଛନ୍ତି ଶ୍ରଦ୍ଧାକୁ ।

ଭକ୍ତିମୟ ପରିବେଶରେ ଜୟ ଜଗନ୍ନାଥ ଧ୍ଵନିରେ ଗଗନ ପବନ ପ୍ରକମ୍ପିତ ହେଉଛି । ମରିଚିକୋଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଲମ୍ବିଛି ସ୍ୱତନ୍ତ୍ର ବ୍ୟାରିକେଡ । ଭକ୍ତଙ୍କ ପାଇଁ ପ୍ରଶାସନ ତରଫରୁ ପାନୀୟ ଜଳର ସୁବିଧା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ଅଗ୍ନିଶମ ବିଭାଗ ପକ୍ଷରୁ ଜଳସିଞ୍ଚନ,ଧାଡି ଭିତରେ ପାଣି ବଣ୍ଟନର ବ୍ୟବସ୍ଥା କରାଯାଇଛି । ଶାନ୍ତଶୃଙ୍ଖଳା ରକ୍ଷା ପାଇଁ 60 ପ୍ଲାଟୁନ ଫୋର୍ସ, ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ସ୍ନାନଯାତ୍ରା।

Leave A Reply

Your email address will not be published.