Latest Odisha News

BREAKING NEWS

Raja Chakra: ବିଜେଡି ନେତା ରାଜା ଚକ୍ର ସମେତ ୧୧ ଜଣଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ବର: ବିଜେଡି ନେତା ରାଜା ଚକ୍ର ସମେତ ୧୧ ଜଣଙ୍କ ନାମରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚାର୍ଜସିଟ୍‌ ଦାଖଲ କରିଛି । ‌ମାମଲାରେ ତଦନ୍ତ କରି ଇଡି ଅଭିଯୁକ୍ତର ୨୨.୨୬ କୋଟି ଟଙ୍କା ତଦନ୍ତକାରୀ ସଂସ୍ଥା ଜବତ କରିଛି । ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ନାଁରେ ଖଣିଜ ପରିବହନ କରିବା କାର୍ଯ୍ୟରେ ଶହ ଶହ କୋଟି ଠକେଇ ହୋଇଥିବା ଚାର୍ଜସିଟ୍‌ରେ ଇଡି ଦର୍ଶାଇଛି ।

ତେବେ ଗନ୍ଧମାର୍ଦନ କେନ୍ଦୁଝର ଶୁଆକାଟିରେ ଥିବା ଲୋଡିଂ ଏଜେନ୍ସି କୋଅପରେଟିଭ ସୋସାଇଟି ମାମଲାରେ ଗିରଫ ହୋଇ ଜେଲ ରେ ଅଛନ୍ତି ବିଜେଡି ନେତା ରାଜା ଚକ୍ର ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ‘ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି’ ଏବଂ ପରିବହନ ସମବାୟ ସମିତି ଲି. ୨୦୦୬ରେ ପଞ୍ଜିକୃତ ହୋଇଥିଲା । ସୋସାଇଟି ଦ୍ୱାରା ପ୍ରାପ୍ତ ଲାଭରୁ ଖଣି ପ୍ରଭାବିତ ଅଞ୍ଚଳର ବାସିନ୍ଦାଙ୍କ ଆର୍ଥିକ ଉନ୍ନତିମୂଳକ କାର୍ଯ୍ୟ ଖର୍ଚ୍ଚ କରାଯାଏ । ପରେ ଷଡ଼ଯନ୍ତ୍ର କରି ଶ୍ରମଦେୟ, ପରିଧି ବିକାଶ, ଭିତ୍ତିଭୂମି ଖର୍ଚ୍ଚ, ପ୍ରଭାବିତ ସଦସ୍ୟଙ୍କୁ ଦେୟ, ଇପିଏଫ କାଟ୍ ବାବଦରେ ମିଥ୍ୟା ଦସ୍ତାବିଜ ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଆତ୍ମସାତ କରାଯାଇଥିବାର ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ ହୋଇଥିଲା । ଘଟଣାରେ ତଦନ୍ତ କରି ରାଜା ଚକ୍ରଙ୍କ ସହିତ ୪ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.