ନୂଆଦିଲ୍ଲୀ:ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ବିଗୁଡ଼ୁଛି । ଋଣ ଭାରରେ ଛନ୍ଦି ହୋଇ ହୋଇଗଲାଣି ପାକିସ୍ତାନ । ସେଥିପାଇଁ ଏୟାରଲାଇନ୍ସ(ପିଆଇଏ) ବିକ୍ରି କରିଛି । ପାକିସ୍ତାନର ସରକାରୀ ଏୟାରଲାଇନ୍ସ କମ୍ପାନୀ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ(ପିଆଇଏ) ବିକ୍ରି ହୋଇଛି। ଆରିଫ୍ ହବିବ ଗ୍ରୁପ୍ ଏହାକୁ ୧୩୫ ଅରବ ପାକିସ୍ତାନୀ ମୁଦ୍ରା(୪୩୦୦ କୋଟି ଭାରତୀୟ ମୁଦ୍ରା)ରେ କ୍ରୟ କରିଛି। ଲଗାତାର କ୍ଷତି ସହିବା ପରେ ପାକିସ୍ତାନ ଏହାକୁ ବିକିବାକୁ ବାଧ୍ୟ ହୋଇଛି। ରାଜଧାନୀ ଇସଲାମାବାଦରେ ଆୟୋଜିତ ଘରୋଇକରଣ କାର୍ଯ୍ୟକ୍ରମରେ ଆରିଫ୍ ହବିବ ଗ୍ରୁପ୍, ଲକି ସିମେଣ୍ଟ ଓ ଏୟାରବ୍ଲୁ ନିଜ ନିଜ ବିଡ୍ ଜମା କରିଥିଲେ। ନିର୍ଦ୍ଧାରିତ ନିୟମ ଅନୁସାରେ ଅଧିକ ଦାମ୍ ଡାକିଥିବା ୨ କମ୍ପାନୀ ଆରିଫ୍ ହବିବ ଓ ଲକି ସିମେଣ୍ଟକୁ ମୁକ୍ତ ନିଲାମରେ ସାମ୍ନାସାମ୍ନି ହେବାପାଇଁ ସୁଯୋଗ ଦିଆଯାଇଥିଲା। ଶେଷରେ ଆରିଫ୍ ହବିବ ସମୂହ ୧୩୫ ଅରବ ଡାକିଥିଲା। ଶହବାଜ ଶରିଫ୍ ସରକାର ପ୍ରାରମ୍ଭରେ ପିଆଇଏରେ ୭୫ ପ୍ରତିଶତ ଭାଗିଦାରୀ ବିକିବା ପାଇଁ ବିକଳ୍ପ ଦେଇଥିଲେ। ସଫଳ ନିଲାମଧାରୀଙ୍କୁ ବଳକା ୨୫ ପ୍ରତିଶତ ଭାଗିଦାରୀ ୯୦ ଦିନ ଭିତରେ କ୍ରୟ କରିବାର ବିକଳ୍ପ ମିଳିବ। ନିୟମ ଅନୁସାରେ ପ୍ରଥମ ବିକ୍ରିରୁ ମିଳିବାକୁ ଥିବା ରାଶିର ୯୨.୫ ପ୍ରତିଶତ ଏୟାରଲାଇନରେ ପୁନଃ ନିବେଶ ପାଇଁ ରହିବ ଏବଂ ୭.୫ ପ୍ରତିଶତ ରାଶି ସରକାରଙ୍କୁ ମିଳିବ। ଏହି ସମ୍ପୂର୍ଣ୍ଣ ନିଲାମ ପ୍ରକ୍ରିୟା ସ୍ଥାନୀୟ ଟିଭି ଚ୍ୟାନେଲରେ ସିଧା ପ୍ରସାରଣ ହୋଇଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଏହି ଚୁକ୍ତିକୁ ପାକିସ୍ତାନ ଇତିହାସର ସବୁଠାରୁ ବଡ କ୍ରୟବିକ୍ରୟ ଦର୍ଶାଇ ଏହି ପ୍ରକ୍ରିୟାକୁ ସ୍ବଚ୍ଛ ରଖିବାକୁ ଚେଷ୍ଟା କରିଛନ୍ତି। ଏହାର ସ୍ଥିତି କେବେ ସୁଧୁରୁଛି ତାହା ଦେଖିବାକୁ ବାକି ରହିଲା ।
BREAKING NEWS
- ୱାରେନ୍ ବଫେଟ୍ଙ୍କ ବଡ଼ ବଦାନ୍ୟତା: ୪ଟି ପାରିବାରିକ ଟ୍ରଷ୍ଟକୁ ଦାନ କଲେ ୫.୫ ବିଲିୟନ ଡଲାର
- ୩୧୪ ବ୍ଲକରେ ହେବ ଷ୍ଟାଡ଼ିୟମ୍ ;୪,୧୨୪ କୋଟି ଟଙ୍କା ବ୍ୟୟରେ…
- ଓଡିଶାର ୨୦ ଛାତ୍ରଛାତ୍ରୀ ସିଙ୍ଗାପୁର ଫିନଟେକ୍ ଫେଷ୍ଟିଭାଲ୍ରେ ଦେବେ ଯୋଗ
- Cyclone ‘Akvan’:ସୃଷ୍ଟି ହେଲା ବାତ୍ୟା;ଏଥର ମଧ୍ୟ ଆନ୍ଧ୍ରରେ ଲ୍ୟାଣ୍ଡଫଲ
- ଆମେରିକା ନେତୃତ୍ୱାଧୀନ ଘୋଷଣାନାମାରେ ସ୍ୱାକ୍ଷର କଲା ଭାରତ, AI ସପ୍ଲାଏ ଚେନକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟ
- କୋଟିଆରେ ଟିପିଏସ୍ଓଡିଏଲ୍ ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ଶିବିର
- Bhaskar Rao Bail Rejected:ଏନ୍ ଭାସ୍କର ରାଓଙ୍କ ଜାମିନ ଆବେଦନ ଖାରଜ
- ଆମେରିକା କିମ୍ବା କାନାଡାରେ ଭାରତ ବିପକ୍ଷ ଟି-୨୦ ମ୍ୟାଚ୍ ଆୟୋଜନ କରିବ ୱେଷ୍ଟଇଣ୍ଡିଜ
- ସିଲେକ୍ଟର ଯେଉଁଠି ବସିଛନ୍ତି, ସେଇଠି ମାରିବାକୁ ହେବ: ସୂର୍ୟ୍ୟକୁମାର
- ବିଲକିସ୍ ବାନୋ ଗଣଦୁଷ୍କର୍ମ ଓ ହତ୍ୟା ମାମଲା; ୨ ଜଣ ଦୋଷୀଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ
Comments are closed.