ଚେନ୍ନାଇ: ମହେନ୍ଦ୍ର ସିଂ ନେତୃତ୍ୱଧୀନ ଚେନ୍ନାଇ ସୁପରକିଙ୍ଗସ୍ ଟିମ୍ ଆଇପିଏଲ୍ ୨୦୨୦ ପାଇଁ ୟୁଏଇ ଅଭିମୁଖେ ଯାତ୍ରା କରିଛି । ଯାତ୍ରା ପୂର୍ବରୁ କ୍ୟାପଟେନ ଝୋନି, ଷ୍ଟାର ପ୍ଲେୟାର ସୁରେଶ ରୈନା, ରବୀନ୍ଦ୍ର ଜାଡେଜା ଓ ଅନ୍ୟମାନେ ଫଟୋ ଚେନ୍ନାଇ ସୁପରକିଙ୍ଗସ୍ର ଅଫିସିଆଲ ଟ୍ୱିଟରରେ ପୋଷ୍ଟ ହୋଇଛି ।
ଗତ ୧୫ ତାରିଖରେ ଧୋନି ଓ ରାଇନା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏହା ପରେ ଏ ଦୁଇ ଖେଳାଳି ଚର୍ଚ୍ଚାରେ । ସେପଟେ ଆଇପିଏଲ ପାଇଁ ଦଳ ପକ୍ଷରୁ ୧୫ରୁ ୨୦ ଯାଏଁ ଅଭ୍ୟାସ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା ।
ଚେନ୍ନାଇ ସୁପରକିଙ୍ଗସ୍ ପୂର୍ବରୁ ରଲ୍ସ୍ାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ଦଳ ଗୁରୁବାରଠାରୁ ୟୁଏଇରେ ପହଞ୍ଚି ସାରିଛି । ଖେଳାଳିମାନେ ୟୁଏଇରେ ପହଞ୍ଚି ସାରିବା ପରେ ଛଇ ଦିନ କ୍ୱାରେଣ୍ଟାଇନରେ ରହିବେ ।
ଆସନ୍ତା ୧୯ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍-୧୩ ନଭେମ୍ବର ୧୦ ତାରିଖରେ ଶେଷ ହେବ ।
Comments are closed.