Latest Odisha News

BREAKING NEWS

ବିଦେଶ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ବହୁଦିନ ପରେ ବିଦେଶ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରୁ ରୋମ୍ ଅଭିମୁଖେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ନେତାଙ୍କୁ ନନେଇ ଅଫିସରଙ୍କନେଇ ଭୋର ୪ଟା ୧୫ରେ ଦିଲ୍ଲୀ ଅନ୍ତଜାର୍ତୀୟ ବିମାନ ବନ୍ଦରରୁ ବିଦେଶ ଯାତ୍ରା ଆରମ୍ଭ କରିଛନ୍ତି । ରୋମ ରହଣୀ ସମୟରେ ଭାଟିକାନ ସିଟିରେ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ ଫ୍ରାନସିସିଙ୍କୁ ନବୀନ ସାକ୍ଷାତ କରିବେ । କୌଣସି ମୁଖ୍ୟମନ୍ତ୍ରୀ ପୋପଙ୍କୁ ସାକ୍ଷାତ କରିବାରେ ନବୀନ ହେବେ ପ୍ରଥମ ।

ବିଶେଷ କରି ଆପଣ ଯାଣନ୍ତି ମୁଖ୍ୟମନ୍ତ୍ରୀ ସେତେ ବିଦେଶ ଯାତ୍ରା କରନ୍ତି ନାହିଁ । ତେବେ ଏଥର ସିଧା ଦିଲ୍ଲୀରୁ ରୋମ ଲମ୍ବାଯାତ୍ରା କରୁଛନ୍ତି ନବୀନ । ଆଜି ଅପରାହ୍ନ ୩ଟାରେ ଇଟାଲୀରେ ପହଞ୍ଚିବେ ନବୀନ । ସେଠାରେ 4 ଦିନ ରୋମରେ ରହିବେ ମୁଖ୍ୟମନ୍ତ୍ରୀ । ରୋମର ପ୍ରାକୃତିକ ସୈାନ୍ଦର୍ଯ୍ୟ ଉପଭୋଗ କରିବା ସହ  ଏହି ସମୟ ମଧ୍ୟରେ ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଡେଭିଡ୍ ବେସଲୀଙ୍କ ନିମନ୍ତ୍ରଣ ରକ୍ଷା କରି ସ୍ବତନ୍ତ୍ର ଉତ୍ସବରେ ଯୋଗଦେବେ । ସେଠାରେ ଓଡ଼ିଶାର ଦୁଇ ପ୍ରମୁଖ ସଫଳତା ବାବଦରେ ନିଜ ଅନୁଭୂତି ବଖାଣିବେ ।

କହିବାକୁ ଗଲେ ଓଡ଼ିଶାର ଗୁଣଗାନ କରିବାକୁ ଯାଇଛନ୍ତି ନବୀନ । ଓଡ଼ିଶା କିଭଳି ଦରିଦ୍ର ଥିଲା ଏବଂ ଏବେ ବିକାଶ କରୁଛି ତାହାର ମଧ୍ୟ ତଥ୍ୟ ରଖିବେ । ପ୍ରତିବର୍ଷ ବନ୍ୟା, ବାତ୍ୟାରେ ଜର୍ଜରିତ ଓଡ଼ିଶାର କାହାଣି ପଢ଼ିବେ ରୋମରେ ନବୀନ । ଦିନେ ଖାଦ୍ୟ ପାଇଁ ଅନ୍ୟ ରାଜ୍ୟକୁ ହାତ ପତାଉଥିବା ଓଡ଼ିଶା କିପରି ଏବେ ଧାନ ଉତ୍ପାଦନରେ ବଳକା ରାଜ୍ୟ ହୋଇଛି ତାହା ମଧ୍ୟ କହିବେ । ନିଜର ଆବଶ୍ୟକତା ପୂରଣ କରି ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଇପାରୁଛି ତାହା ମଧ୍ୟ କହିବେ । ତେବେ ସବୁଠୁ ବଡ଼ କଥା କିଭଳି ଏସବୁ ସମ୍ଭବ ହେଲା ଏବଂ ତାଙ୍କ ସରକାର କିପରି ଏହି ଅସମ୍ଭବକୁ ସମ୍ଭବ କଲା ତାହା ହିଁ ବିଶ୍ବବାସୀଙ୍କୁ ଜଣାଇବେ ନବୀନ । ସବୁଠୁ ବଡ଼ କଥା ତାଙ୍କ ସରକାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ କେମିତି ଭାରତରେ ଏକ ନମ୍ବର ହୋଇପାରିଛି  ସେ ବିଷୟରେ ବିଶ୍ବବାସୀଙ୍କୁ ପଢ଼ି ଶୁଣାଇବେ ।

ଏହାପରେ ମୁଖ୍ୟମନ୍ତ୍ରୀ ୨୪ ତାରିଖରେ ରୋମରୁ ୟୁରୋପ ଗସ୍ତରେ ଯିବେ  । ୟୁରୋପୀୟ ଦେଶଗୁଡ଼ିକର ନେତାମାନଙ୍କ ହସ ସାକ୍ଷାତ ସହ ସେଠାକର ଅପାର ସୈାନ୍ଦର୍ଯ୍ୟ ବୁଲି ଦେଖିବେ । ପରେ ୨୬ ତାରିଖରେ ଇନଭେଷ୍ଟର ମିଟ୍ ପାଇଁ ଦୁବାଇ ଗସ୍ତ କରିବେ । ସେଠାରେ ବଡ଼ ବଡ଼ କମ୍ପାନିମାନଙ୍କ ସହ ଓଡ଼ିଶାରେ ପୁଞ୍ଜି ଖଟାଇବା ପାଇଁ କଥାହେବେ ।  ୨୯ ତାରିଖରେ ଦୁବାଇରେ ମିଡିଲ ଇଷ୍ଟ ପୁଂଜି ନିବେଶକାରୀଙ୍କ ସହ ରାଜ୍ୟରେ ପୁଂଜିନିବେଶ ନେଇ ଚର୍ଚ୍ଚା କରିବେ । ଓଡିଶାରେ ବୈଦେଶିକ ପୁଂଜିନିବେଶ ନେଇ ଶିଳ୍ପ ବିଭାଗର ଏକ ପ୍ରତିନିଧି ଦଳ ପୁଂଜି ନିବେଶକାରୀଙ୍କ ସହ ମଧ୍ୟ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, 5T ସଚିବ ଭି.କେ ପାଣ୍ଡିଆନ, ଯୋଗାଣ ସଚିବ ଭି.ଭି ଯାଦବ, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଦିଲ୍ଲୀସ୍ଥିତ ଆବାସିକ କମିଶନର ରବି କାନ୍ତ ମଧ୍ୟ  ବିଦେଶ ଗସ୍ତରେ ଅଛନ୍ତି ।

ତେବେ ଏତେ ବର୍ଷ ପରେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପ ଫ୍ରାନସିସଙ୍କୁ ଭେଟିବେ ନବୀନ । କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମଧ୍ୟ ପୋପଙ୍କୁ ୟୁରୋପ ଗସ୍ତ ବେଳେ ଭେଟିଥିଲେ । ମୋଟାମୋଟି ଭାବେ କହିବାକୁ ଗଲେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ  ରାଜ୍ୟ ବିକାଶରେ କେତେ ସଫଳ ହେଉଛି ତାହା ସମୟ କହିବ ।

 

Leave A Reply

Your email address will not be published.