Latest Odisha News

BREAKING NEWS

ଦେବଗଡରେ ପ୍ରଚାର ବେଳେ ଏହି ୩ ପ୍ରତିଶୃତି ଦେଲେ ମୁଖ୍ୟମନ୍ତ୍ରୀ

ଦେବଗଡ: ଦେବଗଡ଼ରେ ଦଳୀୟ କର୍ମୀଙ୍କ ପାଇଁ ଆଜି ଜୋରଦାର୍‌ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜୁ ଜନତା ଦଳର ଶଙ୍ଖ ଚିହ୍ନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ ।

ଏହି ଅବସରରେ ମା’ ସମଲେଇ ଏବଂ ପରିକ୍ରମା ପ୍ରକଳ୍ପ ବିଷୟରେ ମତାମତ ନେଲେ । ବିଏସ୍‍କେୱାଇ, ମିଶନ ଶକ୍ତି, ମମତା, କାଳିଆ, ଲକ୍ଷ୍ମୀ ବସ୍‍ ଭଳି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ବିଷୟରେ ମଧ୍ୟ ଜନମତ ନେଲେ । ତେବେ ରାଉରକେଲାରେ କହଥିବା ବିଜୁଳି ବିଲ୍ କଥାକୁ ପୁଣି ଦୋହରାଇଲେ ମୁଖ୍ୟମନ୍ତ୍ରୀ ।

ଏହି ସମୟରେ ଭିକେ ପାଣ୍ଡିଆନ ଓ ନବୀନ ପଟ୍ଟନାୟକ ଏକ ଭିଡିଓ ଜରିଆରେ ନବୀନ ସରକାର ପୁଣି ଆସିବ ବୋଲି ଦମ୍ଭୋକ୍ତି ବାଢିଛନ୍ତି । କହିଛନ୍ତି ଜୁନ୍‌ ୯ରେ ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବେ । ମୁଖ୍ୟମନ୍ତ୍ରୀ ୩ଟି ଗୁରୁତ୍ୱପୂର୍ଣ୍ଣ ଫାଇଲରେ ଦସ୍ତଖତ କରିବେ । ସେଗୁଡିକ ହେଲା, ବିଜୁଳି ବିଲ୍‍ ଛାଡ୍‍, ବିଏସ୍‍କେୱାଇରେ ସମସ୍ତେ ସାମିଲ ହେବେ ଏବଂ ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା । ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁଳିର ଗ୍ୟାରେଣ୍ଟି ଦେଉଛନ୍ତି ନବୀନ ପଟ୍ଟନାୟକ । ଏହା ଶଙ୍ଖଚିହ୍ନର ଗ୍ୟାରେଣ୍ଟି ।

ଏହି ସମୟରେ ପାଣ୍ଡିଆନ କହିଛନ୍ତି, ୨୦୧୪ ଏବଂ ୨୦୧୯ ନିର୍ବାଚନ ସମୟରେ ବିଜେପି ଦଳ ଆପଣଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କଲେ କି? ବୋଲି ଶ୍ରୀ ପାଣ୍ଡିଆନ ପ୍ରଶ୍ନ କରିଥିଲେ । ବିଜେପି ର ମିଛ କଥାକୁ ବୁଝାଇ ଶ୍ରୀ ପାଣ୍ଡିଆନ କହିଥିଲେ କ୍ଷମତାକୁ ଆସିଲେ ଦର ଦାମ କମାଇବେ, ତେଲ ଦର କମାଇବୁ, ଏଲ୍‍ପିଜି ସିଲିଣ୍ଡର ଦର କମାଇବୁ, ଚାଷୀଙ୍କ ପାଇଁ ଏମ୍‍ଏସ୍‍ପି ଦୁଇଗୁଣ କରିବୁ, ପ୍ରତି ଗାଁକୁ ମୋବାଇଲ କନେକ୍ଟିଭିଟି ଦେବୁ, ଦେବଗଡ଼କୁ ଟ୍ରେନ ସଂଯୋଗ କରିବୁ ବୋଲି କହିଥିଲା ବିଜେପି ଏସବୁ କିଛି ପୂରଣ ହେଲା କି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ ।

ଦେବଗଡ଼ରେ ପ୍ରଧାନପାଟ୍ କୁ ୧ କୋଟି ଟଙ୍କା, ଜିଲ୍ଲା ସଦର ମହକୁମା ଡାକ୍ତରଖାନାକୁ ୧୫୦ କୋଟି ଟଙ୍କା ମାଧ୍ୟମରେ ବିକାଶ କରାଯାଇଛି ।

ଦେବଗଡ଼ର ୪ ହଜାର କଲେଜ ପିଲାଙ୍କୁ ନୂଆ-ଓ ସ୍କଲାରସିପ୍‍ ଦିଆଯାଇଛି, ଏହା ହେଉଛି ଲୋକାଭିମୁଖୀ ଶାସନର ଉଦାହରଣ । ବର୍ତ୍ତମାନର ସାଂସଦ ପ୍ରାର୍ଥୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଥିଲେ କାହାକୁ ସ୍କଲାରସିପ୍‍ ଦେଇଛନ୍ତି କି ? ଲୋକମାନଙ୍କ ପାଇଁ କିଛି କରିଛନ୍ତି କି? ଏହା ହେଉଛି ଲୋକବିରୋଧୀ ଶାସନର ପରିଚୟ ବୋଲି ପାଣ୍ଡିଆନ୍ ବିଜେଡିକୁ ଟାର୍ଗେଟ କରିଛନ୍ତି ।

Leave A Reply

Your email address will not be published.