Latest Odisha News

ଇସ୍ପାତ ଓ ଖଣି ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଇସ୍ପାତ ଓ ଖଣି ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଖଣିଭିତ୍ତିକ ଶିଳ୍ପାନୁଷ୍ଠାନ ପାଇଁ ଖଣି ଗୁଡିକର ସୁପରିଚାଳନା କରି ଉତ୍ପାଦନ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ବ ଆରୋପ କରିଥିଲେ ।

ଏଥିସହିତ ରାଜ୍ୟରେ ଖଣି ରାଜସ୍ବର ଅଭିବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବେନିୟମ ଖଣି ଖନନ ଓ ଖଣିଜ ପଦାର୍ଥର ଚୋରିକୁ ରୋକିବା ପାଇଁ ଅଧିକ ମାନବ ସମ୍ବଳ ସହିତ ପ୍ରବର୍ତ୍ତନ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ସେ ପରାମର୍ଶ ଦେଇଥିଲେ । ଲଘୁ ଖଣିଜ ପଦାର୍ଥ କ୍ଷେତ୍ରରେ ଅଧିକ ଲିଜ୍‌ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ।
ସମୀକ୍ଷାରେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ବିଭାଗର କାର୍ଯ୍ୟ ବିଷୟରେ ଅବଗତ କରାଇବା ସହିତ ଆଗାମୀ ଲକ୍ଷ୍ୟ ବାବଦରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ପରିଲକ୍ଷିତ ଭୂତାତ୍ତ୍ବିକ ସମ୍ଭାବନା ଅଞ୍ଚଳ ୫୫,୦୦୩ ବର୍ଗ କିଲୋମିଟର । କ୍ରୋମାଇଟ୍, ବକ୍‌ସାଇଟ୍, ଲୌହ ପଥର ଭଳି ଖଣିଜ ପଦାର୍ଥ ଉତ୍ପାଦନ କ୍ଷେତ୍ରରେ ଓଡିଶା ଦେଶରେ ଏକ ନମ୍ବର ସ୍ଥାନରେ ଅଛି । ସେହିଭଳି କୋଇଲା ଉତ୍ପାଦନ କ୍ଷେତ୍ରରେ ଦ୍ବିତୀୟ ଓ ମାଙ୍ଗାନିଜ ଉତ୍ପାଦନରେ ତୃତୀୟ ସ୍ଥାନରେ ଅଛି ।

Leave A Reply

Your email address will not be published.