Latest Odisha News

BREAKING NEWS

ମୋଟର ସାଇକେଲ ଚଢ଼ି ମତଦାନ କେନ୍ଦ୍ରକୁ ଆସିଲେ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ତଥା ଅଖିଳ ଭାରତୀୟ ଏନଆର କଂଗ୍ରେସ ପ୍ରତିଷ୍ଠାତା ଏନ୍ ରଙ୍ଗାସାମି ନିଜ ସାଧାସିଧା ଜୀବନଶୈଳୀ ପାଇଁ ବେଶ ଜଣାଶୁଣା। ଶୁକ୍ରବାର ସେ ତାଙ୍କ ମୋଟର ସାଇକେଲ ୟାମାହା ଆରଏକ୍ସ ୧୦୦ ଚଢି ମତଦାନ କେନ୍ଦ୍ରକୁ ଆସିଥିଲେ। ସକାଳ ପ୍ରାୟ ୮ଟା ୪୫ ରେ ସେ ଭୋଟ୍ ଦେଇଥିଲେ।

ସାଧାରଣତଃ ମୁଖ୍ୟମନ୍ତ୍ରୀଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ସହିତ ବୁଲେଟ ପ୍ରୁଫ କାରର ବ୍ୟବସ୍ଥା ରହିଥାଏ। କିନ୍ତୁ  ରଙ୍ଗାସାମି ଏସବୁ ବ୍ୟବସ୍ଥାଠୁ ବହୂ ଦୂରରେ।

ମୋଟର ସାଇକେଲ ଚଢିବାକୁ ଭଲ ପାଉଥିବା ରଙ୍ଗାସାମୀ ନିର୍ବାଚନ ବେଳେ ନିଜ ବାଇକରେ ନିଜ ନିର୍ବାଚନ ମଣ୍ଡଳୀକୁ ଯାଆନ୍ତି। ବର୍ଷ ବର୍ଷ ଧରି ବିଧାନସଭା କିମ୍ବା ସଂସଦୀୟ ନିର୍ବାଚନରେ ଭୋଟ୍ ଦେବା ପାଇଁ ସେ ନିଜ ମୋଟର ସାଇକେଲରେ ମତଦାନ କେନ୍ଦ୍ରକୁ ଯାଉଥିବାର ନଜିର ରହିଛି।

ସକାଳୁ ଭୋଟ୍ ଦେଇଥିବା ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ, ଲୋକସଭା ନିର୍ବାଚନ ପାଇଁ ପୁଡୁଚେରୀର ବିଜେପି ପ୍ରାର୍ଥୀ ଏ ନମଶିବୟମ୍, ମୁଖ୍ୟ ନିର୍ବାଚନ ଅଧିକାରୀ ପି ଜବାହର ଏବଂ ପୁଡୁଚେରୀ ଜିଲ୍ଲାପାଳ ଏ କୁଲୋଥୁଙ୍ଗନ ପ୍ରମୁଖ ଉପସ୍ଥିତ ଥିଲେ।

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ଏକମାତ୍ର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଖରାପ ହେବାର କିଛି ଘଟଣାକୁ ବାଦ୍ ଦେଲେ ମତଦାନ ଶାନ୍ତିଶୃଙ୍ଖଳାର ସହ ଚାଲିଛି। ମତଦାନର ପ୍ରଥମ ଦୁଇ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ୧୦.୧୧% ମତଦାନ ରେକର୍ଡ କରାଯାଇଛି।

Leave A Reply

Your email address will not be published.