Latest Odisha News

BREAKING NEWS

ଖୋର୍ଦ୍ଧା ସମେତ ଏହି ସବୁ ଜିଲ୍ଲାରେ ଅନୁଭୂତ ହେବ ହିଟ୍ଓ୍ବେଭ୍, ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର: ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଶୁକ୍ରବାର ମଧ୍ୟ ଏଭଳି ସ୍ଥିତି ଲାଗି ରହିବ ବୋଲି ଆକଳନ କରାଯାଇଛି। ଅନୁଗୁଳ, ବାଲେଶ୍ୱର, ଖୋର୍ଦ୍ଧା, ମୟୂରଭଞ୍ଜ, ସମ୍ବଲପୁର, ବୌଦ୍ଧ ଓ ନୟାଗଡ଼ର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ଯାଜପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ଗଞ୍ଜାମ ଓ ଗଜପତି ଆଦି ଅଞ୍ଚଳରେ ସମାନ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ସମେତ ଅନେକ ଜିଲ୍ଲାରେ ଗରମ ଓ ଆର୍ଦ୍ରତା ରହିବ ବୋଲି ପୂର୍ବାନୁମାନ କରାଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ନୂଆପଡ଼ା, ଅନୁଗୁଳ, ନୟାଗଡ଼, ମୟୂରଭଞ୍ଜ, ବୌଦ୍ଧ ଓ କେନ୍ଦୁଝର ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ବେଳେ କୋରାପୁଟ, ମାଲକାନଗିରି, ସୋନପୁର, ବଲାଙ୍ଗୀର ଓ କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି।

ସେହିପରି ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, ପୁରୀ, ବାଲେଶ୍ୱର ଓ ଭଦ୍ରକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଓଡ଼ିଶାରେ ସାଧାରଣତଃ ଏପ୍ରିଲ ମାସରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଥିବା ବେଳେ ଚଳିତ ବର୍ଷ ଗତ ୧୮ ଦିନ ମଧ୍ୟରେ ୬ ଦିନ ଅଧିକ ଗରମ ହେଉଥିବା ଦେଖିବାକୁ ମିଳିଛି। ଏପ୍ରିଲ ୨୦ ପରେ ବର୍ଷା ଓ ବଜ୍ରପାତ ସହ ଟିିକିଏ ଆଶ୍ବସ୍ତ ମିଳିବାର ସମ୍ଭାବନା ରହିଛି। ଗୁରୁବାର ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିବା ବେଳେ ଭୁବନେଶ୍ୱରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି।

Leave A Reply

Your email address will not be published.