Latest Odisha News

BREAKING NEWS

ହିତାଧିକାରୀ ଭତ୍ତା ପ୍ରଦାନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ‘ଏକାସାଙ୍ଗରେ ମିଳିବ ୩ ମାସର ଭତ୍ତା’

ଭୁବନେଶ୍ଵର: ବିଜେପି ସରକାରକୁ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭତ୍ତା ପ୍ରଦାନକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଯେଉଁ ମାନଙ୍କୁ ଭତ୍ତା ମିଳିବାରେ ବିଳମ୍ବ ହୋଇଛି ସେମାନଙ୍କୁ ଏକା ସାଙ୍ଗରେ ତିନି ମାସରେ ଭତ୍ତା ପ୍ରଦାନ କରାଯିବ ।

ସେ ଆହୁରି କହିଛନ୍ତି, ବୈଷୟିକ ତ୍ରୁଟି ଯୋଗୁ ଭତ୍ତା ପ୍ରଦାନରେ ବିଳମ୍ବ ହୋଇଛି । ଏ ସମସ୍ୟା ରାଜ୍ୟର ନୁହେଁ, କେନ୍ଦ୍ରର । ୧୦ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୨ ଲକ୍ଷ ଲୋକଙ୍କ ତ୍ରୁଟି ସୁଧୁରିଛି । ୨ ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ଦେବା ଆରମ୍ଭ ହୋଇଯାଇଛି। ଯେଉଁମାନଙ୍କୁ ମିଳିନି ସେମାନଙ୍କୁ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସରକାରକୁ ୨ ବର୍ଷ ପୂର୍ତ୍ତି ଅବସରରେ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଓଡିଶାବାସୀଙ୍କ ଅଗ୍ରଗତି ପାଇଁ ଆମେ ଆଗକୁ ବଢିଛୁ । ଡବଲ ଇଞ୍ଜିନ ସରକାରର ଡବଲ ପ୍ରଭାବ ପଡ଼ିଛି । ୨ ବର୍ଷରେ ୧୨୧ଟି ଯୋଜନା କାର୍ଯ୍ୟକାରୀ ହୋଇଛି । ଏହା ସମୃଦ୍ଧ ଓଡିଶା ଗଠନରେ ପ୍ରଭାବ ପକାଇଛି ।

Leave A Reply

Your email address will not be published.