Latest Odisha News

BREAKING NEWS

କନ୍ଧମାଳରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଗସ୍ତ ଅବସରରେ ଶରତୋଗା ବୃଦ୍ଧାଶ୍ରମ ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ । ଗତ କିଛି ବର୍ଷ ମଧ୍ୟରେ ଜିଲ୍ଲାରେ ଉନ୍ନୟନମୂଳକ କାର୍ଯ୍ୟ ଜୋରସୋରରେ ଚାଲିଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ଗମନା ଗମନା ସାଙ୍ଗକୁ ଜୀବନ ଜୀବିକା ଉପରେ ଗୁରୁତ୍ବ ଦେଇଛନ୍ତି ସରକାର ।

ସେହିପରି ମେଡିକାଲ କଲେଜ କାମ ଆରମ୍ଭ ହୋଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ବାଲିଗୁଡା ଓ ଜି. ଉଦୟଗିରିରେ ଚାଲିଥିବା ବିଦ୍ୟୁତ୍ କାର୍ଯ୍ୟର ମଧ୍ୟ ତଦାରଖ କରିଛନ୍ତି । ପ୍ରତ୍ୟେକ ପରିବାରକୁ ଯେପରି ବିଜୁଳି ସଂଯୋଗ କରାଯିବ ସେନେଇ ଆଲୋଚନା କରିଛନ୍ତି । ଏହାସହ ପ୍ରତ୍ୟେକ ପରିବାରକୁ ପାନୀୟ ଜଳ ଯୋଗାଣ ଉପରେ ଫୋକସ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । କେଉଁ ଉତ୍ସରୁ ପିଇବା ପାଣି ଆସିବ, କେଉଁ ବ୍ଲକ, ପଞ୍ଚାୟତ ଓ ଗାଁକୁ ଯୋଗାଣ ହେବ, ତାଉପରେ ଗୁରୁତ୍ବ ଦେଇଛନ୍ତି । ଏହାସହ କୃଷି କାର୍ଯ୍ୟ, ଜଳସେଚନ, ପର୍ଯ୍ୟଟନ କ୍ଷେତ୍ର ଉପରେ ମଧ୍ୟ ସବିଶେଷ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ।

Leave A Reply

Your email address will not be published.