Latest Odisha News

BREAKING NEWS

ଡାକ୍ତରଖାନାରୁ ଶିଶୁ ଚୋରି ଘଟଣା: ସାଢ଼େ ୫ ଘଣ୍ଟା ପରେ ଧରାପଡିଲା ଅଭିଯୁକ୍ତ

ବ୍ରହ୍ମପୁର: ମୂକ ଶିଶୁ କନ୍ୟାକୁ ଅପହରଣ ମାମଲା। ୫ ଘଣ୍ଟା ମଧ୍ୟରେ ଉଦ୍ଧାର ହେଲା ୪ ବର୍ଷର ଶିଶୁ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରୁ ୪ ବର୍ଷର ମୂକ ଶିଶୁ କନ୍ୟାକୁ ଅପହରଣ କରିବାର ପ୍ରାୟ ସାଢ଼େ ୫ ଘଣ୍ଟା ପରେ ଡାକ୍ତରଖାନାରୁ ପ୍ରାୟ ୧୦ କିମି ଦୂର ଦନେଇ ବ୍ରହ୍ମପୁର ଗାଁରୁ ସୁରକ୍ଷିତ ଭାବେ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଗାଁ ଲୋକ ଅଭିଯୁକ୍ତକୁ କାବୁ କରିବା ସହ ପୋଲିସ ଜିମା ଦେଇଛନ୍ତି। ଗିରଫ ବ୍ୟକ୍ତି ଜଣକ ହେଲେ ରାଜପୁର ଅଂଚଳର ଧ୍ରୁବ ଗୌଡ଼।

ସୂଚନା ଅନୁସାରେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ ଜଣେ ମହିଳା । ସାଙ୍ଗରେ ଥିଲେ ଶାଶୂ ଓ ୪ ବର୍ଷର ଶିଶୁକନ୍ୟା । ମାତ୍ର ଉକ୍ତ ଡାକ୍ତରଖାନା ପରିସରରୁ ଅପରାହ୍ମ ୫ଟାରେ ଶିଶୁକନ୍ୟାକୁ କେହି ଜଣେ ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା । ମହିଳାଙ୍କ ଶାଶୂଙ୍କ ସହ ଭିନ୍ନକ୍ଷମ ଶିଶୁ କନ୍ୟାଟି ଥିବାବେଳେ ଅଭିଯୁକ୍ତ ଜଣକ ନିଜକୁ ଦୂର ସମ୍ପର୍କୀୟ ପରିଚୟ ଦେଇ କୁନି ଝିଅଟିକୁ ବୁଲାଇ ଆଣିବ କହି ନେଇଥିଲା । ତେବେ ଶିଶୁଟିକୁ ନେବା ପରେ ସେ ଆଉ ଫେରି ନଥିଲା । ମା’ ଓ ଜେଜେମୋ’ ବ୍ୟସ୍ତ ହୋଇପଡ଼ିଲେ ।

ଶେଷରେ ଘଟଣା ବାବଦରେ ପୋଲିସକୁ ଅଭିଯୋଗ କରିବା ପରେ ପୋଲିସ ତୁରନ୍ତ ଡାକ୍ତରଖାନାରେ ପହଞ୍ଚି ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରିଥିଲା। ଏହି ଫୁଟେଜ୍ ସହ କୁନି ଝିଅର ଫଟୋ ସୋସିଆଲ୍ ମିଡିଆରେ ମଧ୍ୟ ଭାଇରାଲ୍ ହୋଇଥିଲା। ରାତି ପ୍ରାୟ ସାଢ଼େ ୧୦ଟାରେ ଘଟଣାସ୍ଥଳରୁ ପ୍ରାୟ ୧୦ କିମି ଦୂର ଦନେଇ ବ୍ରହ୍ମପୁର ଠାରେ ଜଣେ ବ୍ୟକ୍ତି କୁନି ଝିଅକୁ ଧରି ଚାଲିଚାଲି ଯାଉଥିବାର ଦେଖିବାକୁ ମିଳିଥିଲା। ଉକ୍ତ ବ୍ୟକ୍ତିକୁ ସ୍ଥାନୀୟ ଗ୍ରାମବାସୀ ସନ୍ଦେହରେ ଅଟକାଇ ପଚାରିଥିଲେ। ଅଭିଯୁକ୍ତକୁ କାବୁ କରି ପୋଲିସକୁ ଜଣାଇଥିଲେ। ପୋଲିସ ଶିଶୁ କନ୍ୟା ସହ ଅଭିଯୁକ୍ତକୁ ଛତ୍ରପୁର ଥାନାକୁ ଆଣି ପଚରାଉଚରା କରୁଛି ପୋଲିସ।

Leave A Reply

Your email address will not be published.