Latest Odisha News

BREAKING NEWS

ୟୁରିଆ ସାର ଖାଇ ୧୫ ଛେଳି ମୃତ

ବଲାଙ୍ଗୀର: ବେଲପଡ଼ା ଥାନା ଅନ୍ତର୍ଗତ ତରାଗାଁରେ ଅଭାବନୀୟ ଘଟଣା। ୟୁରିଆ ସାର ଖାଇ ୧୫ଟି ଛେଳିର ମୃତ୍ୟୁ ଘଟିଛି। ଫଳରେ ଛେଳିପାଳକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଏହି ଘଟଣାରେ ଗରିବ ପରିବାର ଗୁଡ଼ିକର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଥିବା ବେଳେ ପ୍ରଶାସନଙ୍କ ନିକଟରେ କ୍ଷତିପୂରଣ ଓ ସରକାରୀ ସହାୟତା ପାଇଁ ଦାବି କରାଯାଇଛି ।

ସୂଚନା ଅନୁସାରେ, ତରାଗାଁ ଡଙ୍ଗରପଡ଼ାର ସୁଦାମ ମାଝୀ, ଟଙ୍କଧର ନାଏକ, ଧନମତ ମାଝୀ, ବିପିନ ନାଏକ, ରମେଶ ଧରୁଆ ଓ ଛବିଲାଲ ମାଝୀ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ପତରା ଜଙ୍ଗଲ ନିକଟରେ ଛେଳି ଚରାଉଥିଲେ । ଏହି ସମୟରେ ପାଖରେ ଥିବା ଏକ କପା ଚାଷ ଜମିରେ ପ୍ରୟୋଗ କରାଯାଇଥିବା ୟୁରିଆ ସାର ଛେଳିମାନେ ଖାଇଦେଇଥିଲେ ।

Leave A Reply

Your email address will not be published.