Latest Odisha News

BREAKING NEWS

ୱାଶିଂମେସିନରେ ପଡିଗଲା ଦେଢ ବର୍ଷର ଶିଶୁ, ସର୍ପ ପାଣିରେ ୧୫ ମିନିଟ ବୁଡି ରହିବା ପରେ ବାହାରିଲା

ନୂଆଦିଲ୍ଲୀ: ପରିବାର ଲୋକଙ୍କ ଅନ୍ୟମନସ୍କତା ହେଉ ବା ଦାୟିତ୍ୱହୀନତା,  ୱାଶିଂମେସିନରେ ପଡି ଯାଇଥିଲା ଦେଢବର୍ଷର ଶିଶୁ । ୧୫ ମିନିଟ ପରେ ପରିବାର ଲୋକ ଜାଣିବାକୁ ପାଇଲେ ପୁଅ ୱାଶଂମେସିନ ଭିତାରେ ବୋଲି । ମେସିନ ବନ୍ଦ କରି  କୁନି ପୁଅକୁ ଉଦ୍ଧାର କରିଥଲେ । ହେଲେ ସେତେବେଳେକୁ କୁନି ପୁଅଟି ସର୍ଫ ପାଣିରେ ପଡି ଅଚେତ ହୋଇ ଯାଇଥିଲା । ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା । ୭ରୁ ଅଧିକ ଦିନ କୋମାରେ ରହିବା ପରେ ଶିଶୁର ଚେତା ଫେରିଛି । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀରେ  ।

ବସନ୍ତ କୁଞ୍ଜ ସ୍ଥିତ ଫୋର୍ଟିସ ହସ୍ପିଟାଲ ଚିକିତ୍ସକଙ୍କ କହିବା ଅନୁଯାୟୀ, ୧୨ ଦିନ ଧରି ଚିକିତ୍ସିତ ହେବା ପରେ ଶିଶୁପୁତ୍ର ଏବେ ଘରକୁ ଫେରିଛି । ଚିକିତ୍ସା ପରେ ଏବେ ଶିଶୁ ସୁସ୍ଥ ଅଛି । ଠିକଭାବେ ଚଲା ବୁଲା ବି କରିପାରୁଛି ।

ଶିଶୁପୁତ୍ରର ମା‘ଙ୍କ କହିବା ଅନୁଯାୟୀ, ପୁଅ ଖେଳୁଥିବାବେଳେ ୱାଶିଂମେଶିନର ସର୍ଫ ପାଣି ଭିତରେ କେତେବେଳେ ଖସି ପଡିଥିଲା କେହି ଜାଣି ନ ଥିଲେ । ମେଶିନର ଲିଡ ଖୋଲା ଥିଲା । ଶିଶୁ ପୁତ୍ରର ମା’ଙ୍କ କହିବା ଅନୁଯାୟୀ, ସେ କୌଣସି କାମରେ ରୁମରୁ ବାହାର ଯାଇଥିଲେ । କିଛି ସମୟ ପରେ ଫେରିଆସି ଯେତେବେଳେ ରୁମକୁ ଗଲେ ଦେଖିଲେ ପୁଅ ନାହିଁ । ଖୋଜା ଖୋଜି କରିବା ପରେ ତାଙ୍କର ୱାଶିଂ ମେସିନରେ ପଡି ଯାଇଥିବା ସନ୍ଦେହ ହୋଇଥିଲା । ତାଙ୍କ ଅନୁମାନ ବି ସତ ଥିଲା । ଶିଶୁଟି ସେଠାରେ ପଡିଥିବା ଚେୟାର ଉପରେ ଚଢି   ମେସିନ ଭିତରେ ପଡି ଯାଇଥିବା ମହିଳା ଅନୁମାନ କରୁଛନ୍ତି ।

ଯାହା ବି ହେଉ, ୧୫ ମିନିଟ ଧରି ସର୍ଫ ପାଣି ଭିତରେ ବୁଡି ରହି ବଞ୍ଚିବା କିଛି ଚମତ୍କାରଠାରୁ କମ ନୁହେଁ ବୋଲି ଡାକ୍ତର କହିଛନ୍ତି ।

Leave A Reply

Your email address will not be published.