Latest Odisha News

BREAKING NEWS

ଗତ ୩ ବର୍ଷରେ ୧.୧୨ ଲକ୍ଷ ଦିନ ମଜୁରିଆ କରିଛନ୍ତି ଆତ୍ମହତ୍ୟା; ଜୀବନ ହାରିଛନ୍ତି ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଗତ ୩ ବର୍ଷରେ ୧.୧୨ ଲକ୍ଷ ଦିନ ମଜୁରିଆ ଆତ୍ମହତ୍ୟା କରିଛନ୍ତି। ୧୦୧୯-୨୦୨୧ ମଧ୍ୟରେ ଏତେ ସଂଖ୍ୟକ ଦିନ ମଜୁରିଆ ଆତ୍ମହତ୍ୟା କରିଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଲୋକସଭାରେ ଏସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏପରି ଆଶ୍ଚର୍ଯ୍ୟକର ସୂଚନା ଦେଇଛନ୍ତି।

ନ୍ୟାସ୍‌ନାଲ କ୍ରାଇମ୍ ରେକର୍ଡ ବ୍ୟୁରୋର (NCRB)ର ତଥ୍ୟ ଆଧାର କରି ମନ୍ତ୍ରୀ କହିଛନ୍ତି ଯେ ୨୦୧୯ରେ ୩୨,୫୬୩ ଦୈନିକ ମଜୁରି ଖଟୁଥିବା ଶ୍ରମିକ ଆତ୍ମହତ୍ୟା କରିଛନ୍ତି। ସେହିପରି ୨୦୨୦ରେ ୩୭,୬୬୬ ଶ୍ରମିକ ଓ ୨୦୨୧ରେ ୪୨,୦୦୪ ଶ୍ରମିକ ଆତ୍ମହତ୍ୟା କରିଛନ୍ତି। କୋଭିଡ ସମୟରେ ଛଟେଇ ଯୋଗୁ ଆତ୍ମହତ୍ୟା ସଂଖ୍ୟା ବଢ଼ିଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ।

୬୦ ହଜାରରୁ ଅଧିକ ଗୃହିଣୀଙ୍କ ଆତ୍ମହତ୍ୟା

କଂଗ୍ରେସ ସାଂସଦ ସୁବୁରମଣ ତିରୁନଭୁକ୍କରାସର ଏ ସମ୍ପର୍କରେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଏହି ୩ ବର୍ଷ ଭିତରେ ଦେଶରେ ମୋଟ ୬୬,୯୧୨ ଗୃହିଣୀ, ୫୩, ୬୬୧ ସ୍ୱନିଯୁକ୍ତ ବ୍ୟକ୍ତି (ସେଲ୍‌ଫେ ଏମ୍ପ୍ଲୋଏଡ ପର୍‌ସନ୍‌, ବ୍ୟବସାୟ ଆଦି ଆରମ୍ଭ କରି ରୋଜଗାରକ୍ଷମ ହେବା), ୪୩,୪୨୦ ଦରମା ଭୋଗୀ କର୍ମଚାରୀ ଏବଂ ୪୩,୩୮୫ ବେରୋଜଗାରୀ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି।

ଜୀବନ ହାରିଲେ ପାଖାପାଖି ୩୫ ହଜାର ଛାତ୍ରଛାତ୍ରୀ

ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ରର ଯାଦବ କହିଛନ୍ତି ଯେ ସରକାର ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ବାଧ୍ୟ। ଏଥିରେ ଦୈନିକ ବେତନ ଭୋଗୀ କର୍ମଚାରି ବି ସାମିଲ୍ ଅଛନ୍ତି। ସରକାର ବିଭିନ୍ନ ଜନମଙ୍ଗଳକାରୀ ଯୋଜନା କରି ସେମାନଙ୍କର ହିତ ସାଧାନରେ କାର୍ଯ୍ୟ କରୁଛନ୍ତି। ସାମାଜିକ ସୁରକ୍ଷା ଅଧିନିୟମ ୨୦୦୮କୁ ଗୁରୁତ୍ୱ ଦେଇ ଏପରି କହିଛନ୍ତି ଶ୍ରମ ମନ୍ତ୍ରୀ।

ତେବେ ଛାତ୍ର ଆତ୍ମହତ୍ୟା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ୨୦୧୯,୨୦୨୦ ଓ ୨୦୨୧ ଭିତରେ ୩୫,୯୫୦ ଛାତ୍ର ଆତ୍ମହତ୍ୟା କରିଛନ୍ତି। ସେହିପରି ଚାଷ କ୍ଷେତ୍ରରେ ସ୍ୱାବଲମ୍ବି ହେବାକୁ ଚେଷ୍ଟା କରିଥିବା ୩୧,୮୩୯ ଲୋକ ଆତ୍ମତ୍ୟା କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.