Latest Odisha News

ଖୋଲିବ ଚାଇଲ୍ଡ ପର୍ଣ୍ଣୋଗ୍ରାଫିର ଗୁମର, ଅଭିଯୁକ୍ତ ସୁରେନ୍ଦ୍ରକୁ ଜେରା ପାଇଁ ଦିଲ୍ଲୀ ନେଲା ସିବିଆଇ

ଭୁବନେଶ୍ବର : ଖୋଲିବ ଚାଇଲ୍ଡ ପର୍ଣ୍ଣୋଗ୍ରାଫିର ଗୁମର । ମାମଲାରେ ଢେଙ୍କାନାଳରୁ ଗିରଫ ହୋଇଥିବା ସୁରେନ୍ଦ୍ର ନାୟକକୁ ଅଧିକ ତଦନ୍ତ ପାଇଁ ଦିଲ୍ଲୀ ନେଇଛି ସିବିଆଇ । ସୁରେନ୍ଦ୍ରର ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ଼ କରିବା ସହ ପାସବୁକ୍‌ ଜବତ ହୋଇଛି । ସେହିପରି ସୁରେନ୍ଦ୍ରର ୪ ସହଯୋଗୀଙ୍କୁ ଖୋଜୁଛି ସିବିଆଇ । ସୁରେନ୍ଦ୍ର ଘରେ ସିବିଆଇ ଚଢ଼ାଉ କରିଥିବା ବେଳେ, ଚାଇଲ୍ଡ ପର୍ଣ୍ଣରେ ସଂପୃକ୍ତି କଥା ମାନିଥିଲା ଅଭିଯୁକ୍ତ । ସେ ଦେଶୀ ଏମଏମଏସ ନାମକ ଗ୍ରୁପରେ ସଦସ୍ୟ ଥିଲା । ଏଥିପାଇଁ ତାପାଖକୁ ୨୧ ଡଲାର ଆସିଛି । ଟାଉନ୍‌ ଥାନାରେ ପୋଲିସର ଜେରା ବେଳେ ସୁରେନ୍ଦ୍ର ନିଜେ ଏକ ହ୍ବାଟ୍‌ସ ଆପ୍‌ ଗ୍ରୁପ କରିଥିବା ବି ମାନିଛି । ଢେଙ୍କାନାଳ ସହ ଯାଜପୁର ଓ ଭଦ୍ରକରେ ବି ରେଡ୍ କରିଥିଲା ସିବିଆଇ ଟିମ୍ ।

ଅନ୍ୟପଟେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ପ୍ରସଙ୍ଗରେ ସିବିଆଇ ଓ କ୍ରାଇମବ୍ରାଞ୍ଚକୁ ଅପଡେଟ୍ ରିପୋର୍ଟ ମାଗିବେ ବୋଲି କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା । ଏହା କିପରି ପ୍ରତିହତ କରିହେବ, ସେ ଦିଗରେ କାମ କରାଯିବ । ଆସନ୍ତା ନଭେମ୍ବର ୨୦ରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଶିଶୁ ଅଧିକାର ଓ ସୁରକ୍ଷା ଅଭିଯାନ ଜରିଆରେ ଏନେଇ ସଚେତନ କରାଯିବ । ସେହିପରି ଶିଶୁ ସମାଜର ଭବିଷ୍ୟତ, ସେମାନଙ୍କ ସୁରକ୍ଷା ନେଇ ବିଭାଗ କାମ କରୁଛି । ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ।

Leave A Reply

Your email address will not be published.