Latest Odisha News

BREAKING NEWS

ଗୁଡ଼େଶିରା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ

ବରଗଡ଼: ବରଗଡ଼ ଜିଲ୍ଲା ଗୁଡ଼େଶିରା ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋମଳମତି ଶିଶୁମାନଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଥିଲା।

ପିଲାଙ୍କୁ ଉତ୍ସାହିତ କରିବା ପାଇଁ ସରପଞ୍ଚ ରୂପଧର ଥପା ଓ ଯୁବ ନେତା ଉମେଶ ପଣ୍ଡା କହିଥିଲେ, ଆମକୁ ଆଗକୁ ବଢ଼ିବାକୁ ହେଲେ ବିଦ୍ୟା ନିହାତି ଆବଶ୍ୟକ। ଅନ୍ଧକାରମୟ ଜୀବନରେ ବିଦ୍ୟା ହିଁ ଏକମାତ୍ର ଆଲୋକର ଶିଖା ବୋଲି ପିଲାଙ୍କୁ ବୁଝାଇଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ କରୁଣାକର ଭୋଇ ଓ ଚେୟାରମ୍ୟାନ ସୁରେଶ ଛତରଙ୍କ ସହିତ ଶ୍ରୀକାନ୍ତ ସିକା, ସାମନ୍ତ ବିଭାର, ଉତ୍ତମ ହରିପାଲ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.