Latest Odisha News

BREAKING NEWS

ମୃତ୍ୟୁର ୪ ମାସ ପରେ ଆସିଲା ବିିଇଓଙ୍କ ବଦଳି ଅର୍ଡର

ଭୁବନେଶ୍ୱର: ମୃତ୍ୟୁକୁ ପୂରିଲାଣି ୪ ମାସ । କିନ୍ତୁ ଏବେ ଆସୁଛି ବଦଳି ନିର୍ଦ୍ଦେଶ । ଏଭଳି ଘଟଣା ଘଟିଛି କୋରାପୁଟ ବୋରିଗୁମ୍ମା ବିଇଓଙ୍କ କ୍ଷେତ୍ରରେ । ଗତ ଅଗଷ୍ଟ ମାସରେ ବିଇଓ କୃଷ୍ଣ ଚନ୍ଦ୍ର ନାୟକଙ୍କ କୋଭିଡରେ ଚିକିତ୍ସାଧୀନ ଅବସ୍ଥାରେ ବିଶାଖାପାଟଣାରେ ମୃତ୍ୟୁ ହୋଇଥିଲା । କିନ୍ତୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବେ ତାଙ୍କ ନାଁରେ ବଦଳି ଅର୍ଡର କରିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଗତ ୮ ବର୍ଷ ହେଲା ସ୍ୱର୍ଗତ ନାୟକ ବୋରିଗୁମ୍ମାରେ ବିଇଓ ଭାବେ କାମ କରୁଥିଲେ । ଏଥି ସହ ଲମତାପୁଟ ବ୍ଲକର ଅତିରିକ୍ତ ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା । ତାଙ୍କ ମୃତ୍ୟୁ ପରେ କୋରାପୁଟ ବିଇଓ ଶ୍ରୀକାନ୍ତ ଜାନିଙ୍କୁ ବୋରିଗୁମ୍ମାର ଦାୟିତ୍ୱ ଦିଆଯାଇଛି ।

ମୃତକଙ୍କ ନାଁରେ ଏଭଳି ଅର୍ଡର ଆସିବା ନେଇ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାୟକ କହିଛନ୍ତି ଯେ ଏ ନେଇ ସେ ବିଭାଗକୁ ଜଣାଇଛନ୍ତି । ଏହାପରେ ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇଛି ।

Leave A Reply

Your email address will not be published.