Latest Odisha News

BREAKING NEWS

ପିରାମିଡ ସମ୍ମୁଖରେ ଅର୍ଦ୍ଧନଗ୍ନ ଫଟୋ ଉଠାଇ ଅଡୁଆରେ ମଡେଲ, ଫଟୋଗ୍ରାଫର

ଇଜିପ୍ଟ: ମିଶରର ୪୭୦୦ ବର୍ଷ ତଳର ପୁରାତନ ପିରାମିଡ ସମ୍ମୁଖରେ ଫଟୋଶୁଟ କରି ଅଡୁଆରେ ପଡିଛନ୍ତି ଫଟୋଗ୍ରାଫର ଓ ମଡେଲ । ମଡେଲ ସଲମା ଅଲ ଶିମି ଅର୍ଦ୍ଧନଗ୍ନ ଅବସ୍ଥାରେ ଫାରୋଙ୍କ ସମୟର ପୋଷାକ ପିନ୍ଧି ଫଟୋ ଉଠାଇଥିଲେ । ଯାହା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାରେ ଫଟୋଗ୍ରାଫର ଓ ମଡେଲଙ୍କୁ ପୋଲିସ ଗିରଫ କରିଛି । ବିଶ୍ୱ କୀର୍ତିରାଜରେ କାଇରୋ ନିକଟରେ ଥିବା ପିରାମିଡ ଅଫ ଜୋସେର ସାମିଲ ହୋଇଥିବାରୁ ଏଠାରେ ଫଟୋ ଉଠାଇବା ମନା । ତେବେ ମଡେଲଙ୍କୁ ଗିରଫ କରାଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇପାରୁ ନାହିଁ । କେଉଁ ପୋଲିସ କର୍ମଚାରୀ ସେମାନଙ୍କୁ ଅନୁମତି ଦେଇଥିଲା ତାହା ଖୋଜା ଚାଲିଛି ।ଶିମିଙ୍କ ଏହି ଫଟୋ ତାଙ୍କ ସୋସିଆଲ ଆକାଂଉଟରୁ ଡିଲିଟ କରି ଦିଆଯାଇଛି । ଡିଲିଟ ହେବା ମଧ୍ୟରେ ଏହି ଫଟୋ ଭାଇରାଲ ହୋଇଥିଲା । ଅନେକ ପ୍ରଶଂସକ ଏହାର ସ୍କ୍ରିନଶଟ ମଧ୍ୟ ରଖିଛନ୍ତି । ତେବେ ଇଜିପ୍ଟର ବାସିନ୍ଦାମାନେ ଏହି ଫଟୋ ଉଠାଇବା ନେଇ ମଡେଲଙ୍କୁ ସମାଲୋଚନା କରିଛନ୍ତି ।

Leave A Reply

Your email address will not be published.