Latest Odisha News

BREAKING NEWS

ତାଲିବାନ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁଛି ଚୀନ୍‌

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଅଧିକାଂଶ ଦେଶ କାବୁଲରେ ଥିବା ଦୂତାବାସ ବନ୍ଦ କରି ନିଜ ନାଗରିକଙ୍କୁ ଫେରାଇ ନେବାରେର ବ୍ୟସ୍ତ ଥିବାବେଳେ ଚୀନ୍ ବିଦ୍ରୋହୀ ଗୋଷ୍ଠୀ ସହ ବନ୍ଧୁତା ଘୋଷଣା କରିଛି। ତାଲିବାନ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବିକାଶ କରିବାକୁ ଚାହୁଁଛି ବୋଲି ଚୀନ୍ ସୋମବାର କହିଛି। ଏହାପୂର୍ବରୁ ରୁଷ୍‌ ଏବଂ ପାକିସ୍ତାନ ମଧ୍ୟ ତାଲିବାନ ସରକାରଙ୍କୁ ସ୍ୱୀକୃତି ଦେବା କଥା କହିଥିଲେ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନିଙ୍ଗ କହିଛନ୍ତି ଯେ ଆଫଗାନିସ୍ତାନବାସୀ ସ୍ବାଧୀନ ଭାବେ ନିଜ ଭାଗ୍ୟକୁ ବାଛିବା ଅଧିକାରକୁ ଚୀନ୍ ସମ୍ମାନ କରେ ଏବଂ ତାଲିବାନ ସହ ବନ୍ଧୁତ୍ୱପୂର୍ଣ୍ଣ ତଥା ସହଯୋଗୀ ସମ୍ପର୍କ ବିକାଶ ଜାରି ରଖିବାକୁ ଚାହୁଁଛି।

ଚୀନ୍ ବ୍ୟତୀତ ରୁଷ ମଧ୍ୟ ତାଲିବାନ ସରକାରକୁ ସ୍ୱୀକୃତି ଦେବାକୁ ମଧ୍ୟ ସୂଚିତ କରିଛି। ମଙ୍ଗଳବାର ଦିନ ତାଲିବାନ ପ୍ରତିନିଧୀଙ୍କୁ ଭେଟିବାକୁ ରୁଷର ରାଷ୍ଟ୍ରଦୂତ ଧାର୍ଯ୍ୟ କରିଛନ୍ତି। ଏହା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶା କରାଯାଉଛି। ଏହି ସମୟ ମଧ୍ୟରେ ତାଲିବାନ ସରକାରକୁ ସ୍ୱୀକୃତି ନ ଦେବା ପାଇଁ ବ୍ରିଟେନ ବିଶ୍ୱ ସମୁଦାୟକୁ ନିବେଦନ କରିଛି।

Leave A Reply

Your email address will not be published.