Latest Odisha News

BREAKING NEWS

ଅନ୍ତର୍ଜାତୀୟ କ୍ରିମିନାଲ କୋର୍ଟରେ ପହଂଚିଲା ଉଇଗୁର ନରସିଂହାର ମାମଲା, ଜିନପିଙ୍ଗ ଅଭିଯୁକ୍ତ

ବେଜିଂ: ଚୀନ ରାଷ୍ଟ୍ରପତି ସିନ୍ ଜିନପିଙ୍ଗଙ୍କ ଅସୁବିଧା ବଢ଼ିଛି । କରୋନା ଭାଇରସ ଏବଂ ବିସ୍ତାରବାଦୀ ନୀତି ଯୋଗୁ ଚୀନ ଏବେ ସାରା ବିଶ୍ୱର ଶତ୍ରୁ ପାଲଟିଛି । ବୁଧବାର ଉଇଗୁର ନରସିଂହାର ମାମଲା ଏବେ ଅନ୍ତର୍ଜାତୀୟ କ୍ରିମିନାଲ କୋର୍ଟରେ ପହଂଚିଛି । ଏହି ମାମଲାରେ ଜିନପିଙ୍ଗ, କମ୍ୟୁନିଷ୍ଟ ପାଟି, ଚୀନ ସେନା ଓ କେତେକ ଅଧିକାରୀଙ୍କୁ ଅଭିଯୁକ୍ତ କରାଯାଇଛି ।

ଲଣ୍ଡନର ଜନୈକ ଓକିଲ ଏଥିନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଚୀନ ମୁସଲମାନଙ୍କ ଉପରେ ଅତ୍ୟାଚାର କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ମୁସଲମାନ ଦେଶ ଏ ନେଇ ମୁହଁ ଖୋଲି ନାହାନ୍ତି । ଅଦାଲତାର ଫୈସଲା ମାନିବାକୁ ଆମେ ବାଧ୍ୟ ନୁହେଁ ବୋଲି ଚୀନ ପକ୍ଷରୁ କୁହାଯାଇଛି । ଉଇଗୁରରେ ୯୦ ଲକ୍ଷ ପାଖାପାଖି ମୁସଲମାନ ରହିଛନ୍ତି ।

Leave A Reply

Your email address will not be published.