Latest Odisha News

BREAKING NEWS

ଏସିଆ କପ୍ ୨୦୨୦ ବାତିଲ : ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବୁଧବାର ଏସିଆ କପ କ୍ରିକେଟ ବାତିଲ ହୋଇଥିବା ଆଗୁଆ ଘୋଷଣା କରିଛନ୍ତି । ଏ ନେଇ ଏସିଆ କ୍ରିକେଟ କାଉନସିଲ ବୈଠକ୯ ଜୁଲାଇରେ ବସିବାର ଥିଲା । ତେବେ ଗାଙ୍ଗୁଲି ନିଷ୍ପତି ସମ୍ପର୍କରେ କିଛି ସ୍ପଷ୍ଟ କରି ନାହାନ୍ତି । ଏସିଆନ୍ କାଉନ୍ସିଲ ଏହି ନିଷ୍ପତି ସମ୍ପର୍କରେ ସେ କିଛି କହି ନାହାନ୍ତି । ଖେଳାଳିଙ୍କ ସ୍ୱାସ୍ଥ୍ୟାବସ୍ଥା ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବର୍ତମାନ ଭାରତ କେବେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବ ତାହା କହିବା କଷ୍ଟକର ହୋଇ ପଡିଲାଣି ବୋଲି ସେ କହିଛନ୍ତି ।

ଏହି ଅବସରରେ ଟି୨୦ ବିଶ୍ୱକପ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନିଆଯିବା ପରେ ଆଇପିଏଲ କଥା ବିଚାର କରାଯିବ ବୋଲି ଗାଙ୍ଗୁଲି କହିଛନ୍ତି । ସୂଚନାଯୋଗ୍ୟ, ଏସିଆ କପ୍ ପ୍ରଥମେ ପାକିସ୍ତାନରେ ଆୟୋଜନ ହେବାକୁ ଥିଲା । ଭାରତ ଯିବାକୁ ମନା କରିବା ପରେ ଏହାର ଆୟୋଜନ ନେଇ ଅନିଶ୍ଚିତତା ଦେଖା ଦେଇଥିଲା ।

Leave A Reply

Your email address will not be published.