Latest Odisha News

BREAKING NEWS

ନୀରବ ମୋଦିଙ୍କର ୩୨୯.୬୬ କୋଟି ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆର୍ଥିକ ଅପରାଧ ନିୟମ ଅନୁଯାୟୀ ନୀରବ ମୋଦିଙ୍କର ୩୨୯.୬୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ପୂର୍ବରୁ ମାର୍ଚ୍ଚ, ୨୦୨୦ରେ ନୀରବ ମୋଦିର ସମ୍ପତ୍ତି ନିଲାମୀ ହୋଇଥିଲା । ଯେଉଁଥିରୁ ସରକାର ୫୧ କୋଟି ଟଙ୍କା ଆଦାୟ କରିଛନ୍ତି । ସେହିପରି କିଛି କଳାକୃତିକୁ ମାର୍ଚ୍ଚ ୨୦୧୯ରେ ନିଲାମୀ ଡକାଯାଇ ୫୫ କୋଟି ଆଦାୟ କରିଥିଲା ଇଡି ।

BjdElectrycity

ଜୁନ୍  ଆରମ୍ଭରେ ସମ୍ପତ୍ତି ଜବତ କରିବା ନେଇ ପିଏମଏଲଏ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କେନ୍ଦ୍ର ସରକାର ନୀରବ ମୋଦିର ସମସ୍ତ ସମ୍ପତ୍ତି ଜବତ କରିଥିବା ସୂଚନା ରହିଛି । ଇଡି ଜବତ କରିଥିବା ସମ୍ପତ୍ତି ମଧ୍ୟରେ ମୁମ୍ୱାଇର ଚାରୋଟି ଫ୍ଲାଟ୍, ଅଲିବାଗର ଜମି, ଏକ ଫାର୍ମା ହାଉସ, ଲଣ୍ଡନରେ ଫ୍ଲାଟ୍, ୟୁଏଇରେ ଫ୍ଲାଟ୍, ଜେସଲେମରରେ ଏକ କାରଖାନା ସମେତ ବ୍ୟାଙ୍କରେ ଜମା ହୋଇଥିବା ଟଙ୍କା ଏବଂ ଶେୟାର ରହିଛି ।

Leave A Reply

Your email address will not be published.