Latest Odisha News

BREAKING NEWS

ଆସନ୍ତୁ ଜାଣିବା ଚୀନ ଗଣମାଧ୍ୟମ କାହିଁକି ମୋଦିଙ୍କ ଛଦ୍ମନାମ ଲାଓଶିୟାନ ଦେଇଛନ୍ତି

ବେଜିଂ: ଭାରତ-ଚୀନ ମଧ୍ୟରେ ଏବେ ବିବାଦ ତୀବ୍ର ରୂପ ଧାରଣ କରିଛି । ଅନ୍ୟ ଅର୍ଥରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଏବେ ଚୀନର ପ୍ରକୃତ ଶତ୍ରୁ ସାଜିଛନ୍ତି । ଆମେରିକା ଏବଂ ଅନ୍ୟ ବଡ ଦେଶ ସହ ଭାରତର ବନ୍ଧୁତାକୁ ସେମାନେ ଗ୍ରହଣ କରିପାରୁ ନାହାନ୍ତି । ତେବେ ମୋଦିଙ୍କ ପ୍ରତି ଚୀନ ଜନସାଧାରଣଙ୍କ କଣ ଭାବନା ରହିଛି ତାହା ଏବେ ନିକଟରେ ପ୍ରକାଶ ପାଇଛି । ଚୀନ ଗଣମାଧ୍ୟମରେ ମୋଦିଙ୍କ ନିକନେମ ମୋଦି ଲାଓଶିୟାନ ରଖାଯାଇଛି । ଚୀନରେ ଅଦ୍ଭୁତ କ୍ଷମତା ରଖିଥିବା ବୃଦ୍ଧ ଏବଂ ଜ୍ଞାନୀ ବ୍ୟକ୍ତିଙ୍କୁ ଲାଓଶିୟାନ କୁହାଯାଏ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛନ୍ତି ଚୀନର ସୋସିଆଲ ମିଡିଆ ୟୁଜର୍ସ ମୋଦିଙ୍କ ପରୋକ୍ଷରେ ଏକ ବଳିଷ୍ଠ ନେତା ଭାବେ ଚିତ୍ରଣ କରୁଛନ୍ତି । ସେ ଅଲଗା ଏବଂ ଅଦ୍ଭୁତ । ଅନ୍ୟ ଭାରତୀୟ ନେତାଙ୍କ ତୁଳନାରେ ତାଙ୍କ ନୀତି ଅଲଗା ରହିଛି । ସେ ଯେ କୌଣସି ସମ୍ପର୍କରେ ପ୍ରମୁଖ ଦେଶ ସହ ବନ୍ଧୁତା ରଖିପାରିବେ । ଦୁଇ ଶତ୍ରୁ ଦେଶ ମଧ୍ୟରେ ମୋଦି ବନ୍ଧୁତାରେ ସମନ୍ୱୟ ରଖିପାରିବେ ।

ପୂର୍ବରୁ ଚୀନ ସୋସିଆଲ ମିଡିଆରେ କୌଣସି ଭାରତୀୟ ନେତାଙ୍କୁ ଏତେ ମାତ୍ରାରେ ଗୁରୁତ୍ୱ ଭାବେ ଦର୍ଶା ଯାଇ ନ ଥିଲା । ସେଠାକାର ଜଣେ ବରିଷ୍ଠ ସାମ୍ବାଦିକଙ୍କ ମଧ୍ୟରେ ମୁଁ ୨୦ ବର୍ଷ ହେବ ଆନ୍ତର୍ଜାତୀୟସ୍ତରରେ ରିପୋର୍ଟିଂ କରୁଛି । ଚୀନ ୟୁଜର୍ସ ଜଣେ ବିଦେଶୀ ନେତାଙ୍କ ନିକନେମ ଦେବା ଦେଖିନି ବୋଲି କହିଛନ୍ତି । ଭାରତର ମୁକାବିଲା ପାଇଁ ପାକିସ୍ତାନ ବ୍ୟବହାର ଏବେ ଚୀନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଚୀନର ଅଧିକାଂଶ ପଡୋଶୀ ଦେଶ ସହିତ ଭାରତର ଏବେ ଭଲ ସମ୍ପର୍କ ରହିଛି । ଯାହାକି ଚୀନର ଯୁବକଙ୍କୁ ପରୋକ୍ଷରେ ଚାପରେ ରଖୁଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.