Latest Odisha News

ଆଗକୁ ଆସୁଛି ଭିନ୍ନ ସ୍ୱାଦର ନୂଆ ଫିଲ୍ମ ‘ବାହାଘର ଡଟ୍ କମ୍‌’: ଅଡିଓ ଲୋକାର୍ପଣ

ଭୁବନେଶ୍ୱର: ଆଗକୁ ଆସୁଛି ଜୀ ସାର୍ଥକ ଫିଲ୍ମସ୍ ନୂଆ ଫିଲ୍ମ ‘ବାହାଘର ଡଟ୍ କମ୍‌’ । ନିକଟରେ ଫିଲ୍ମର ଅଡିଓ ଲୋକାର୍ପିତ ହୋଇଯାଇଛି । ଜି ସାର୍ଥକ ସର୍ବଦା ତା’ର ଦର୍ଶକଙ୍କୁ ନୂଆ ତଥା ଓଡିଆ ଛୁଙ୍କରେ ତିଆରି ପାରିବାରିକ ଫିଲ୍ମ ଦେଇ ଆସୁଛି । ଜଣେ ପିଲା ଅନିଛା ସତ୍ତ୍ୱେ ମାଆଙ୍କ ଶେଷ ଇଛା ପୂରଣ କରିବାକୁ ଯାଇ ବିବାହ କରିଛି, ତାହା ପୁଣି ଭିନ୍ନ ଉପାୟରେ । ବାହାଘର ପରେ କାହାଣୀରେ ଆସୁଛି ନୂଆ ମୋଡ । ଆଉ ତା ପରେ ଯାହା ଘଟୁଛି ତାହା ଅବର୍ଣ୍ଣନୀୟ । ଫୁଲ୍ ଏଣ୍ଟରଟେନମେଣ୍ଟ, ଡ୍ରାମା ଏବଂ ପାରିବାରିକ କାହାଣୀକୁ ନେଇ ନିର୍ମିତ ହୋଇଛି ଏହି ଫିଲ୍ମ ।

ଓମ୍ ସାଇ ପ୍ରଯୋଜନା ସଂସ୍ଥା ଦ୍ୱାରା ନିର୍ମିତ ଏହି ଫିଲ୍ମରେ ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଭାର ତୁଲାଇଛନ୍ତି ବରିଷ୍ଠ ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା । ସେହିପରି ଚଳଚ୍ଚିତ୍ରର ସଙ୍ଗୀତ ଭାର ନେଇଛନ୍ତି ସଙ୍ଗୀତକାର ଗୁଡଲୀ ରଥ । ଅଭିନେତା ଋଷି, ସାୟଲ ମୁଖାର୍ଜୀ, ପୁଷ୍ପା ପଣ୍ଡା ଏବଂ ପ୍ରଦ୍ୟୁମ୍ନ ଲେଙ୍କା ନିଖୁଣ ଅଭିନୟ କରିଛନ୍ତି ।

ଭୁବନେଶ୍ୱରର ଏକ ହୋଟେଲରେ ଆୟୋଜିତ ଅଡ଼ିଓ ଲୋକାର୍ପଣ ଉତ୍ସବରେ ଜୀ-ସାର୍ଥକ ର ବିଜିନେସ୍ ହେଡ୍ ପ୍ରତୀକ ସିଲ୍‌, ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, ସଂଗୀତ ନିର୍ଦ୍ଦେଶକ ଗୁଡଲୀ ରଥ, ଗୀତିକାର ସୂର୍ଯ୍ୟ ମହାପାତ୍ର, କଣ୍ଠଶିଳ୍ପୀ ବିଷ୍ଣୁମୋହନ କବି, ସୋମେଶ ଶତପଥି, ଗୌରବ ଆନନ୍ଦ, ଲିପ୍ସା ମହାପାତ୍ର, ଲୋପାମୁଦ୍ରା ଓ ଦେବାଂଶୀ ଦାଶ, ସଂଳାପକାର ମାନସ ମଲ୍ଲିକ ଏବଂ ଜୀ-ସାର୍ଥକ ଫିଲ୍ମସର କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.