Latest Odisha News

ନେପାଳର କେପି ଶର୍ମା ଓଲୀଙ୍କ ସରକାର ବଂଚାଇବା ପାଇଁ ଚୀନ ମୁଣ୍ଡ ପୂରାଇଲା

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀଙ୍କ ଇସ୍ତଫା ସୋମବାର ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା । ତେବେ ଶେଷ ମୂହର୍ତରେ ଚୀନ ମୁଣ୍ଡ ପୂରାଇବା ଫଳରେ ଏବେ ବୈଠକ ବୁଧବାରକୁ ଘୁଂଚାଇ ଦିଆଯାଇଛି । ଚୀନ ଦ୍ୱାରା ନିଯୁକ୍ତ ମହିଳା ଦୂତାବସ ଅଧିକାରୀ ହାଓ ୟାନକୀ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି । ପୂର୍ବରୁ ମେ ମାସରେ ମଧ୍ୟ ସେ ଓଲୀଙ୍କ ସରକାର ବଂଚାଇଥିଲେ ।

ଏହି ରହସ୍ୟମୟୀ ମହିଳା କିପରି ନେପାଳର ସେନା ମୁଖ୍ୟଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ନେତାଙ୍କ ନିକଟତର ହୋଇପାରିଲେ ତାହା ବର୍ତମାନ ଚିନ୍ତାର କାରଣ ହୋଇଛି । ତାଙ୍କ ଯୋଗୁ ଭାରତ-ନେପାଳ ସୀମା ବିବାଦ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.