Latest Odisha News

BREAKING NEWS

ପ୍ଲାଜମା ଦାନ କଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ସୋମବାର ଦିନ ନିଜର ପ୍ଲାଜମା କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଦାନ କରିଛନ୍ତି ।

ଶ୍ରୀ ପାତ୍ର ଗୁର୍ରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ପ୍ଲାଜମା ଦାନ କରିଥିବା ନେଇ ଟ୍ୱିଟ୍ ଯୋଗେ ଜଣାଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ଗତମାସରେ କରୋନା ଲକ୍ଷଣ ଦେଖାଯିବା ଯୋଗୁଁ ଏହି ବିଜେପି ନେତା ମେଦାନ୍ତ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ ।

ଟ୍ୱିଟ୍ ମାଧ୍ୟମରେ ଶ୍ରୀ ପାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଅନ୍ୟମାନଙ୍କୁ ପ୍ଲାଜମା ଦାନ କରିବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.