Latest Odisha News

BREAKING NEWS

ଚକୋଲେଟ୍ ଡେ’: ସାଥୀଙ୍କୁ ଚକୋଲେଟ୍ ଦେଇ ସମ୍ପର୍କରେ ଆଣନ୍ତୁ ମଧୁରତା

ଭୁବନେଶ୍ବର: ଭାଲେଣ୍ଟାଇନ ଓ୍ବିକ୍ ବା ପ୍ରେମ ସପ୍ତାହର ଆଜି ହେଉଛି ତୃତୀୟ ଦିନ । ଆଜିର ଦିନକୁ ଚକୋଲେଟ୍ ଡେ’ ଭାବେ ପାଳନ କରାଯାଇଥାଏ । କାରଣ ସମ୍ପର୍କରେ ମିଠାପଣ ରହିବା ନିହାତି ଆବଶ୍ୟକ କାରଣ ଏହା ସମ୍ପର୍କକୁ ଆହୁରି ସୁନ୍ଦର ଓ ସୁଦୃଢ କରି ଗଢିତୋଳିଥାଏ । ସେ ପ୍ରେମ ହେଉ କିମ୍ବା ବନ୍ଧୁତ୍ବର ସମ୍ପର୍କ ସବୁକ୍ଷେତ୍ରରେ ଏହାର ଚକୋଲେଟ୍ ପରି ମଧୁରତା ରହିବା ନିତାନ୍ତ ଆବଶ୍ୟକ ।

ତେବେ ଆଜି ଦିନରେ ସମସ୍ତେ ନିଜ ମନର ମଣିଷକୁ ଚକୋଲେଟ୍ ଖୁଆଇବା ସହିତ ଚକୋଲେଟ୍ ଗିଫ୍ଟ କରି, ନିଜ ସମ୍ପର୍କରେ ମଧୁରତା ଭରିଦିଅନ୍ତି । କାରଣ ପ୍ରେମ ପ୍ରକାଶ କରିବା ପାଇଁ ଚକୋଲେଟ୍ ଏକ ଉତ୍ତମ ମାଧ୍ୟମ ବୋଲି ବୈଜ୍ଞାନିକ ମତ ମଧ୍ୟ ରହିଛି ।

ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଏଥିରେ ଥିଓବ୍ରୋମାଇନ୍ ଏବଂ କ୍ୟାଫେନ୍ ରହିଥିବାରୁ ଏହା ଖାଇବା ଦ୍ବାରା ମନୋବଳ ଦୃଢ ହୋଇଥାଏ । ଏହି ଦୁଇ ଉପାଦାନ ଦ୍ବାରା ମସ୍ତିଷ୍କରେ ଏଣ୍ଡୋରଫିନ୍ ନାମକ ହରମୋନ ସୃଷ୍ଟି ହୋଇଥାଏ । ଯାହାକୁ ଖୁସି ହରମୋନ ମଧ୍ୟ କୁହାଯାଇଥାଏ । ଏହି ହରମୋନ୍ ମନକୁ ଖୁସି ଏବଂ ଶାନ୍ତ କରିଥାଏ ।

ତେଣୁ ଚକୋଲେଟ ସ୍ୱାସ୍ଥ୍ୟ ଏବଂ ପ୍ରେମ ଜୀବନ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ଆଜିର ଦିନରେ ଚକୋଲେଟ୍ ଖୁଆଇ ଉଭୟ ପ୍ରେମୀ ଯୁଗଳ ହୃଦୟ କଥା କହିଥାଆନ୍ତି ।

ସକାଳୁ ସକାଳୁ ବିଭିନ୍ନ ଚକୋଲେଟ୍ ଦୋକାନରେ ଭିଡ ଦେଖିବାକୁ ମିଳିଛି । ପ୍ରେମ ଦିବସକୁ ନଜରରେ ରଖି ଦୌକାନ ଗୁଡିକରେ ମିଳୁଛି ହାର୍ଟସେପ୍ ର ଚକୋଲେଟ୍ । ବିଭିନ୍ନ ଫ୍ଲେଭରର ଓ ନାମୀଦାମୀ କମ୍ପାନୀର ଚକୋଲେଟ୍ ର ଚାହିଦା ରହିଛି । କିଏ ଗିଫ୍ଟ କରିବା ପାଇଁ ଚକୋଲେଟ୍ ପ୍ୟାକେଟ କିଣିନେଉଛି ତ, ପୁଣି କିଏ ଚକୋଲେଟ୍ ବୁକେ ଆଉ କିଏ ଚକୋଲେଟ କାର୍ଡ ଏମିତି ବହୁତ୍ କିଛି ।

ଏହି ସପ୍ତାହକ ସାରା ସତେ ଯେପରି, ପ୍ରେମିଯୁଗଳଙ୍କ ଆଖିରୁ ନିଦ ହଜି ଯାଇଥାଏ । ପ୍ରେମ ସପ୍ତାହର ପ୍ରତିଟି ଦିନକୁ ଖାସ୍ କରିବାକୁ କେତେ କ’ଣ ସର୍‌ପ୍ରାଇଜ୍ ପ୍ଲାନ କରନ୍ତି ସମସ୍ତେ ।

ତେବେ ଆପଣ ଯଦି କାହାକୁ ମନେ ମନେ ପସନ୍ଦ କରୁଛନ୍ତି, ତେବେ ଆଜି ଚକୋଲେଟ ଦେଇ ନିଜର ମନ କଥା ସେହି ବନ୍ଧୁକୁ କୁହନ୍ତୁ । ଦେଖିବେ ଚକୋଲେଟ୍‌ ଭଳି ଆପଣଙ୍କ ଜୀବନ ମିଠା ହୋଇଯିବ ।

Leave A Reply

Your email address will not be published.