Latest Odisha News

ଦୋକାନ ଆଗରେ ପାଲ ଟାଣି ସର୍ଟର ତାଡି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ

ଭଦ୍ରକ: ଆଜିକାଲି ଚୋରି କରିବାର ତରିକା ବଦଳିଗଲାଣି । କିଏ କେତେ ପ୍ରକାରର କାଇଦାରେ ଚୋରି କରିବାକୁ ବୁଦ୍ଧି ଖଞ୍ଜିଲେଣି । ପୋଲିସ ପକ୍ଷରୁ ଏହା ଉପରେ ରୋକ୍ ଲଗାଇବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବାବେଳେ, ଦୁଇ ପାଦ ଆଗରେ ରହୁଛନ୍ତି ଏହି ଚୋର ମାନେ । ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ମଞ୍ଜୁରୀରୋଡ୍‌ରେ । ଏକ ସୁନା ଅଳଙ୍କାର ଦୋକାନରୁ ଅଭିନବ ଉପାୟରେ ଚୋରୀ କଲେ ଦୁର୍ବୁତ୍ତ ।

ଖବର ମୁତାବକ, ବିଳମ୍ବିତ ରାତିରେ ପ୍ରଥମେ ଦୋକାନ ଆଗରେ ପାଲଟାଣିଥିଲେ । ଏହାପରେ ଦୋକାନ ସର୍ଟର ତାଡ଼ି ଦୋକାନ ଭିତରେ ପଶି ବୁଲାଇଲେ କଳାକନା । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ତେବେ ୩ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ଆଜି ସକାଳେ ଚୋରି ହୋଇଥିବା ଜାଣି ଦୋକାନୀ ମାଲିକ ପୋଲିସକ ଖବର ଦେଇଥିଲେ । ଘଟଣାସ୍ଥଳରେ ମଞ୍ଜୁରୀ ରୋଡ୍ ଫାଣ୍ଡି ପୁଲିସ ଘଟଣାର ତଦନ୍ତ କରୁଛି । କେତେ ଟଙ୍କା ଓ ସୁନା ଗହଣା ଚୋରି ହୋଇଛି ସ୍ପଷ୍ଟ ହୋଇ ପାରିନାହିଁ ।

Leave A Reply

Your email address will not be published.