Latest Odisha News

BREAKING NEWS

ମୁକ୍ତିଲାଭ ଅପେକ୍ଷାରେ ଓଲିଉଡ ମୁଭି ସିନ୍ଦୁରା

ଭୁବନେଶ୍ୱର : ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ବ୍ୟାନର ତଳେ ନିର୍ମିତ, ବିରଞ୍ଚି ନାରାୟଣ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ସିନ୍ଦୁରା ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏକ ସାଧାରଣ କାହାଣୀକୁ ବେଶ ଚମତ୍କାର ଢଙ୍ଗରେ ଫିଲ୍ମରେ ଚିତ୍ରଣ କରାଯାଇଛି । ଯାହାକୁ ଜୀବନ୍ତ ରୂପେ ତୋଳି ଧରିବାରେ ସକ୍ଷମ ହୋଇଛନ୍ତି ଫିଲ୍ମର ଷ୍ଟାରକାଷ୍ଟ ଓ କ୍ରିଉ ମେମ୍ବର ।

ପ୍ରେମାନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଫିଲ୍ମରେ ଥିବା ଗୀତଗୁଡିକର ରଚନା କରିଛନ୍ତି ବିଜୟ ଦାସ । ଯାହାକୁ ନିଜ କଣ୍ଠରେ ସଜାଇଛନ୍ତି ଇଣ୍ଡିଆନ୍ ଆଇଡଲ ଫେମ୍ ସିଙ୍ଗର ଅନନ୍ୟା ଶ୍ରୀତମ ନନ୍ଦ, କୁଲଦୀପ, କ୍ରିଷ୍ଣା ବେଉରା, ଶିବାଶିଷ ଓ ଶଶାଙ୍କ ଶେଖରଙ୍କ ଭଳି ଜଣାଶୁଣା କଣ୍ଠଶିଳ୍ପୀ ।

ଫିଲ୍ମର ଲିଡ୍ ରୋଲରେ ଅଭିଷେକ ଗିରି ଓ ସୁପ୍ରିୟାଙ୍କୁ ଦେଖିବାକୁ ମିଳିବ । କାହାଣୀରେ ଯେଉଁଠି ଅଭିନେତ୍ରୀ ସୁପ୍ରିୟା ଚାଷରେ ପ୍ରୟୋଗ ହେଉଥିବା ରାସାୟନିକ ସାର, ପେଷ୍ଟିସାଇଡ ବିରୋଧରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ସେଠି ଅଭିନେତା ଅଭିଷେକ ଜଣେ ୟୁଟ୍ୟୁବର ଭାବେ ଦର୍ଶକଙ୍କୁ ନଜର ଆସିବେ । ତେବେ କାହାଣୀକ୍ରମେ ଦୁହେଁ କିପରି ପରସ୍ପରଙ୍କ ସଂସ୍ପର୍ଷରେ ଆସିଛନ୍ତି ଓ ଏହି ଫିଲ୍ମ କିପରି ସମାଜକୁ ଏକ ସକରାତ୍ମକ ବାର୍ତ୍ତା ଦେବାରେ ସଫଳ ହେବ, ତାହା ଫିଲ୍ମ ରିଲିଜ ହେବା ପରେ ହିଁ ଜଣାପଡିବ । ଅନ୍ୟ ପ୍ରମୁଖ ଭୂମିକାରେ ପ୍ରଜ୍ଞା, ଶଙ୍କର, ପୃଥ୍ୱୀରାଜ, ଉଷସୀ ମିଶ୍ର ଓ ଜୀବନ ପଣ୍ଡାଙ୍କ ଭଳି ଜଣାଶୁଣା କଳାକାରଙ୍କୁ ଭିନ୍ନଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ । ସେହିଭଳି ନୂଆ ଚେହେରା ଭାବେ ପ୍ରମୋଦ ରଥ, ନାଟ୍ୟକାର ବିଜୟ ଦାସ, ସଂଧ୍ୟା ଦାସ, ସାରେଗାମା ଓ ଶିଶୁ କଳାକାର ସାଇଶ୍ରଦ୍ଧା ନିଶ୍ଚିତ ଭାବେ ଦର୍ଶକଙ୍କୁ ନିଜ ଅଭିନୟ ଜରିଆରେ ପ୍ରଭାବିତ କରିବେ ।

ଦମଦାର କାହାଣୀ, ଆକର୍ଷଣୀୟ ଷ୍ଟାରକାଷ୍ଟ ଓ ଶ୍ର୍‌ୁତିମଧୁର ଗୀତଗୁଡିକୁ ନେଇ ଏହି ଫିଲ୍ମଟି ଖୁବଶୀଘ୍ର ପ୍ରେକ୍ଷାଳୟକୁ ଆସିବ ।

Leave A Reply

Your email address will not be published.