Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] କାଶୀପୁର ବ୍ଲକରେ ବେଲଗାମ ହଇଜା ମହାମାରୀ । ମୃତ୍ୟୁ ସଂଖ୍ୟା ପହିଞ୍ଚିଲା ୧୧ରେ 

ରାୟଗଡା : ବେଲଗାମ ହେଉଛି ହଇଜା ମହାମାରୀ । ଆଜି ପୁଣି ଜଣକ ଜୀବନ ନେଲା ହଇଜା । ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପିଥିବା ହଇଜା ନିୟନ୍ତ୍ରଣକୁ ଆସୁନାହିଁ । ଥମିବା ପରିବର୍ତ୍ତେ ପ୍ରତିଦିନ ନୂତନ ରୋଗୀ ଚିହ୍ନଟ ହେବା କାରଣରୁ ସ୍ଥିତି ଉଦବେଗ ଜନକ ରହିଥିବା ବେଳେ ହଇଜା ନେଲା ଆଉ ଗୋଟିଏ ଜୀବନ।  ମୃତ୍ୟୁ ସଂଖ୍ୟା ପହିଞ୍ଚିଲା  ୧୧ ରେ  ।

ମୃତକ ଜଣକ ହେଲେ ଟିକିରି ଗ୍ରାମ ଜାମୁଗୁଡା ସାହିର ସୁନି ମାଝୀ (୫୬)। ଗତ ଦୁଇ ଦିନ ଧରି ସେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଡାକ୍ତରଖାନାକୁ ନ ଯାଇ ଘରେ ହିଁ ମୃତ୍ୟୁ ଘଟିଥିବା ଜଣାପଡିଛି । ସେହିଭଳି ଗତକାଲି ଶଙ୍କରଡା ଗ୍ରାମର ଝାନୁ ମାଝୀ (୫୫)ଙ୍କର ମଧ୍ୟ ସମାନ ଭାବେ ମୃତ୍ୟୁ ଘଟିଥିଲା ।

ହଇଜା ନେଇ ଆତଙ୍କ ଖେଳୁଥିବା ବେଳେ ଏବେ ହଇଜା କମିଥିବା କହିଛନ୍ତି ଜିଲ୍ଲାପାଳ। ଲୋକଙ୍କୁ ସତର୍କ ଆଉ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି।

ତେବେ ବର୍ତମାନ ସୁଦ୍ଧା ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ୨୦ଗ୍ରାମକୁ କବଳିତ କରିଛି ହଇଜା । ଗତକାଲି ସନ୍ଧ୍ୟା ସୁଦ୍ଧା ୩୧୩ ଜଣ ହଇଜାରେ ଅକ୍ରାନ୍ତ ହୋଇଛନ୍ତି ଓ ଆଜିର ମୃତ୍ୟୁକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୧ ରେ ପହଞ୍ଚିଛି ।

Leave A Reply

Your email address will not be published.