Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ବେଲଗାମ ହଇଜା । ୨୦ଗାଁରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା

ରାୟଗଡା  : ନିୟନ୍ତ୍ରଣ ହେଉନି ହଇଜା, ବଢୁଛି ଚିନ୍ତା । ୨୦ ଗ୍ରାମରେ ହଇଜା ରୋଗୀ  । ଆଜି ଚିହ୍ନଟ ହେଲେ ୩୦ ହଇଜା ଆକ୍ରାନ୍ତ ।  ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପିଥିବା ହଇଜା ନିୟନ୍ତ୍ରଣକୁ ଆସୁନାହିଁ । ଥମିବା ପରିବର୍ତ୍ତେ ପ୍ରତିଦିନ ନୂତନ ରୋଗୀ ଚିହ୍ନଟ ହେବା କାରଣରୁ ସ୍ଥିତି ଉଦବେଗ ଜନକ । ବର୍ତମାନ ସୁଦ୍ଧା ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ୨୦ଗ୍ରାମକୁ କବଳିତ କରିଛି ହଇଜା । ଆଜି ସୁଦ୍ଧା ୨୮୧ ଜଣ ହଇଜାରେ ଅକ୍ରାନ୍ତ ହୋଇଛନ୍ତି ଓ ୯ ଜଣଙ୍କ ମୃତ୍ୟୁ ଘଟିଛି । ଦୂଷିତ ଜଳ ହଇଜା ବ୍ୟାପିବା ମୁଖ୍ୟ କାରଣ ଜଣାପଡିବା ପରେ ପ୍ରସ୍ତୁତ ହୋଇଛି ଯୋଜନା ।

ଜଳ ବିଶୋଧନ ସାଙ୍ଗକୁ ଲୋକଙ୍କୁ ସଚେତନ ପ୍ରତି ଗୁରୁତ୍ଵ ଦେଇଛି ଜିଲ୍ଲା ପ୍ରଶାସନ ।  ହଇଜା ପ୍ରଭାବିତ ଅଂଚଳରେ ଥିବା ଜଳ ଉତ୍ସଗୁଡିକୁ ବନ୍ଦ କରି ଦିଆଯାଇ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବା ସହିତ ସାହିଗଳି ରାସ୍ତାରେ ବ୍ଳିଚଂ ପାଉଡର ସିଞ୍ଚନ କରାଯାଉଛି । ଲୋକଙ୍କୁ ଭ୍ରାମ୍ୟମାଣ  ଆର.ଓ.ମେସିନ୍ ଦ୍ୱାରା ବିଶୋଧନ ହେଉଥିବା ବିଶୁଦ୍ଧ ପାନୀୟ ଜଳକୁ ପ୍ୟାକେଟ୍  ମାଧ୍ୟମରେ  ବିତରଣ କରାଯାଉଛି ।  ସେପଟେ ମହିଳା ସ୍ୱାସ୍ଥ୍ୟକର୍ମୀ,ଆଶାକର୍ମୀ,ଅଙ୍ଗନବାଡି ପ୍ରଭାବିତ ଅଞ୍ଚଳରେ ଘରକୁ ଘର ଯାଇ ହଲୋଜିନ୍ ବଟିକା ପାଣିରେ ପକାଇବା ପିଇବା ସଚେତନ କରିବା ସହ ଗରମ ଖାଦ୍ୟ ଖାଇବା ଏବଂ ବାରମ୍ବାର ହାତ ଧୋଇବା ଉପରେ ସଚେତନ କରୁଛନ୍ତି ।

ହଇଜା ପ୍ରଭାବିତ ଟିକିରି, ଡୁଡୁକାବାହାଲ, କାଶିପୁର, ପଂଚାଳି, ଶଙ୍କରଡା, ପୋଡାପାଡି, କାକୁଡିପଦର,ଗୋବିରିଘାଟି ସମେତ ଅନ୍ୟ ଗାଁ ଗୁଡିକରେ ପ୍ରଶାସନ ପକ୍ଷରୁ ଗାଁ ସାଥି ଗଠନ କରାଯାଇ ଅନେକ ଗୁଡାଏ ପଦକ୍ଷେପ ଗ୍ରହଣ କରାଯାଉଛି । ସେପଟେ ଜିଲ୍ଳା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୬ଟି ଟିମ୍ ଗଠନ କରାଯାଇ ଗାଁ ଗଣ୍ଡାର ନଳକୂପ ଗୁଡିକୁ ବ୍ଳିଚିଂ ପକାଇ ବିଶୋଧନ କରାଯିବା ସହ ପାଣି ନମୁନା ସଂଗ୍ରହ କରାଯାଇ ପ୍ରତିଦିନ ଲ୍ୟାବକୁ ପଠାଯାଉଛି ।

ଟିକିରି, ନାକଟିଗୁଡା, କୁଚେଇପଦର ,ଖୁରିଗାଁ , ରେଗାଁ, ଶଙ୍କରଡା, ହାଡିଗୁଡା ସମେତ ନଦୀତଟ ଅଂଚଳରେ ଥିବା ଜଳ ଉତ୍ସ ଗୁଡିକର ଜଳ ନମୂନା ସଂଗ୍ରହ କରାଯାଉଛି । ବର୍ତମାନ କାଶିପୁର ବ୍ଳକର ସିଏଚସି କାଶିପୁର,ପିଏଚସି ଟିକିରି,ଅନ୍ତର୍ବିଭାଗ ଉତ୍କଳ ହସ୍ପିଟାଲ,ପିଏଚସି ଡଙ୍ଗାସିଲ,ପିଏଚସି ମାଣ୍ଡିବିସି ଓ ଉତ୍କଳ ହସ୍ପିଟାଲରେ ମୋଟ ୬୮ଜଣ ହଇଜା ଆକ୍ରାନ୍ତ ରୋଗୀ ଚିକିତ୍ସିତ ହେଉଥିବା ବେଳେ ୨୦ଜଣ ରୋଗୀ ଅବଜରଭେସନ୍‌ରେ ରହିଛନ୍ତି

ପ୍ରତି ଦିନ ୩୦ ରୁ ୪୦ ହଇଜା ଆକ୍ରାନ୍ତଙ୍କ ଚିହ୍ନଟ ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡବ୍ୟଥା ପାଲଟିଛି । ଯେତେବେଳ ପର୍ଯ୍ୟନ୍ତ ଲୋକେ ସଚେତନ ହୋଇ ନିଜ ବ୍ୟବହାରରେ ପରିବର୍ତନ ଆସିନାହିଁ ସେତେବେଳ ପର୍ଯ୍ୟନ୍ତ ହାଇଯାଉପରେ ନିୟନ୍ତ୍ରଣ ଆସିବା କାଠିକର ପାଠ ହେବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟ କହିଛନ୍ତି ।

ତେବେ ଲୋକେ ଅଧିକ ସଚେତନ ହେଲେ ନିଶ୍ଚିତ ଭାବରେ ନିୟନ୍ତ୍ରଣକୁ ଆାସିବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି । ୮ ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଟିମ ପ୍ରତ୍ୟେକ ପ୍ରଭାବିତ ଗାଁ ଯାଇ ଲୋକଙ୍କ ପରୀକ୍ଷା କରିବା ସହ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛନ୍ତି ।

Leave A Reply

Your email address will not be published.