Latest Odisha News

BREAKING NEWS

‘ଫୋନ୍ ଠିକ୍ ହେଲେ ବିଜେପି, ବିଜେଡି ନେତାଙ୍କୁ ଫୋନ୍ କରିବି ନାହିଁ କି ଯୋଗାଯୋଗ କରିବିନି’

ନୂଆଦିଲ୍ଲୀ: ମିଳିତ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗେଟ ଅଲଭା କହିଛନ୍ତି ଯେ ସେ ବିଜେପିରେ ଥିବା ତାଙ୍କ ବନ୍ଧୁଙ୍କ ସହ କଥାବାର୍ତ୍ତା ହେବା ପରେ ତାଙ୍କ ଫୋନକୁ ଡାଇଭର୍ଟ କରି ଦିଆଯାଇଛି। ତାଙ୍କ ନମ୍ବରକୁ ଫୋନ୍ ଆସୁନି କି କଲ୍ ଯାଉନି ବୋଲି ଟ୍ୱିଟ୍ କରି କହିଛନ୍ତି ମିଳିତ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ମାର୍ଗେଟ୍ ଆଲଭା ବିଭିନ୍ନ ନେତାଙ୍କୁ ଫୋନ୍ କରି ନିଜ ସପକ୍ଷରେ ଭୋଟ୍ ଦେବାକୁ ଅପିଲ କରୁଛନ୍ତି। ଏଥିପାଇଁ ସେ ଫୋନରେ ମଧ୍ୟ କଥାବାର୍ତ୍ତା କରୁଛନ୍ତି। ଏହି କ୍ରମରେ ସେ ଗତକାଲି ରାତିରେ ଏକ ଚ୍ୱିଟ୍ କରି ତାଙ୍କ ଫୋନ୍ ଡାଇଭର୍ଟ କରିଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି।

ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗେଟ୍ ଅଲଭା ଟ୍ୱିଟ୍‌ କରି ଲେଖିଛନ୍ତି ଯେ ବିଜେପିର କିଛି ବନ୍ଧୁଙ୍କ ସହ କଥା ହେବା ପରେ ତାଙ୍କର ସମସ୍ତ ଫୋନ୍ କଲ୍ ବଦଳାଇ ଦିଆଯାଇଛି ଏବଂ ବର୍ତ୍ତମାନ ସେ କାହାକୁ କଲ୍ କରିବାରେ ସକ୍ଷମ ହୋଇପାରୁ ନାହାନ୍ତି। ଏଥିପାଇଁ ସେ ଏମଟିଏନଏଲ ଏବଂ ବିଏସଏନଏଲକୁ ଟ୍ୟାଗ୍ କରିଛନ୍ତି । ଆଉ କହିଛନ୍ତି ଯେ ଯଦି ତାଙ୍କ ଫୋନ୍ ଠିକ୍ ହୋଇଯିବ ତାହେଲେ ସେ ବିଜେପି, ଟିଏମସି କିମ୍ବା ବିଜେଡିର କୌଣସି ସାଂସଦଙ୍କୁ କରିବେ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, କୁହାଯାଉଛି ଯେ ମାର୍ଗେଟ ଅଲଭା ସାଇବର ଠକେଇର ଶିକାର ହୋଇଛନ୍ତି। ଏହାକୁ ନେଇ ଦିଲ୍ଲୀ ପୋଲିସ ମଧ୍ୟ ଜୁଲାଇ 19ରେ ଟ୍ୱିଟରରେ ଚେତାବନୀ ଦେଇଛି। ଅଲଭା ଟେଲିକମ୍ କମ୍ପାନୀ ମହାନଗର ଟେଲିଫୋନ୍ ନିଗମ୍ ଲିମିଟେଡ (ଏମଟିଏନଏଲ) ଟ୍ୱିଟରରେ କହିଛନ୍ତି ଯେ ତାଙ୍କର KYC କୁ ସ୍ଥଗିତ ରଖାଯାଇଛି । 24 ଘଣ୍ଟା ପାଇଁ ତାଙ୍କ ସିମ୍ କାର୍ଡ ବନ୍ଦ କରାଯାଇଛି। ସେ ଏହି ଅବସରରେ କମ୍ପାନୀକୁ ପଚାରିଛନ୍ତି କି ଏବେ ତାଙ୍କର KYC ଅପଡେଟ୍ କରିବା ଦରକାର କି?

ଏଥି ସହିତ ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। କଂଗ୍ରେସ ଫୋନ୍ ଟ୍ୟାପିଂ ଅଭିଯୋଗ ଆଣିଛି। ଅନ୍ୟପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ଅଭିଯୋଗର ଆଧାର ନାହଁ। କଂଗ୍ରେସ ନେତା ଛୋଟ ପିଲାଙ୍କ ଭଳି ଅଭିଯୋଗ କରୁଛନ୍ତି। ଏ ସରକାରରେ ଏଭଳି କାମ ହେବାର ସମ୍ବାବନା ନାହିଁ ବୋଲି ପ୍ରହ୍ଲାଦ ଜୋଶୀ କହିଛନ୍ତି। ନିକଟରେ ମାର୍ଗେଟ୍ ଅଲଭା ଅନେକ ମୁଖ୍ୟମନ୍ତ୍ରୀ ଏବଂ ସାଂସଦଙ୍କୁ ଭେଟିଛନ୍ତି। ସେ ବିଜେପି ଶାସିତ କର୍ଣ୍ଣାଟକ ଏବଂ ଆସାମର ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ। ଏଥିସହ ଗୁଜରାଟ ଗସ୍ତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହାୟତା ନିର୍ବାଚନରେ ଲୋଡିଛନ୍ତି।

Leave A Reply

Your email address will not be published.