Latest Odisha News

BREAKING NEWS

‘ଡାଲଚିନି’ର ପ୍ରୟୋଜକ ଓ କଳାକାର ସମ୍ବର୍ଦ୍ଧିତ

ଭୁବନେଶ୍ୱର : ଓଡ଼ିଶା ସିନେ କ୍ରିଟିକ ଆସୋସିଏସନ ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଏକ ଉତ୍ସବରେ, ଓଡ଼ିଆ ଚଳଚ୍ଚିତ୍ର ‘ଡାଲଚିନି’ର ପ୍ରୟୋଜକ ଓ ଟିମକୁ ସମ୍ବର୍ଦ୍ଧିତ କରାଯାଇଛି।

ସିମଲାଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ୧୭ଟି ଦେଶର ୫୮ଟି ଚଳଚ୍ଚିତ୍ର ମଧ୍ୟରୁ ଓଡ଼ିଆ ଚଳଚ୍ଚିତ୍ର ‘ଡାଲଚିନି’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବରେ ବିବେଚିତ ହୋଇଥିଲା।

ଅନୁଷ୍ଠାନର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ‘ଡାଲଚିନି’ର ପ୍ରୟୋଜକ ଅତିଶ ରାଉତ, ନିର୍ଦ୍ଦେଶକ ଶିଶିର ସାହୁ, ପିନାକୀ ସିଂହ, ଚିତ୍ରନାଟ୍ୟ ଲେଖକ ଜିତେନ୍ଦ୍ରିୟ ପ୍ରଧାନଙ୍କ ସହ ପାର୍ଥ ସାରଥୀ ରାୟ, ସୂର୍ଯ୍ୟମୟୀ ମହାପାତ୍ର, ଗୌରବ ଆନନ୍ଦ କୁଳଦୀପ ପଟ୍ଟନାୟକ ରଶ୍ମିରଞ୍ଜନ ଦାସ, ଯୁଧିଷ୍ଠିର ବେହେରା ଓ ଚନ୍ଦ୍ରମଣି ନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଦିଲ୍ଲୀପ ହାଲି ସ୍ୱାଗତ ଭାଷଣ ଦେଇଥିବା ବେଳେ ରବୀନ୍ଦ୍ର ବିଶ୍ୱାଳ , ପ୍ରଶାନ୍ତ ପାଇକରାୟ ଓ ଶ୍ରୀଧର ମାର୍ଥା ପରିଚାଳନା ଦାୟିତ୍ୱ ଗ୍ରହଣ କରିଥିଲେ।

 

Leave A Reply

Your email address will not be published.