Latest Odisha News

BREAKING NEWS

ପରଲୋକରେ ଜଣାଶୁଣା କୋରିଓଗ୍ରାଫର୍ ଶିବା ଶଙ୍କର

ଭୁବନେଶ୍ୱର: ଆଉ ନାହାଁନ୍ତି ଟଲିଉଡର ଜଣାଶୁଣା କୋରିଓଗ୍ରାଫର୍ ଶିବା ଶଙ୍କର । ଗତକାଲି ହାଇଦ୍ରାବାଦରେ ତାଙ୍କର ନିଧନ ହୋଇଛି । ଦୀର୍ଘଦିନ ଧରି କରୋନାରେ ସଂକ୍ରମିତ ହୋଇ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ୟାବସ୍ଥାରେ ଜଟିଳତା ଦେଖାଯିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ଗତକାଲି ଚିକିତ୍ସାଧିନ ଅବସ୍ଥାରେ ସଂଧ୍ୟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଶିବ ଶଙ୍କରଙ୍କ ସମେତ ତାଙ୍କ ସ୍ତ୍ରୀ ଓ ବଡପୁଅ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ବଡପୁଅ ଆଇସିୟୁରେ ଭର୍ତ୍ତି ହୋଇଥିଲାବେଳେ ଶିବ ଶଙ୍କରଙ୍କ ଧର୍ମପତ୍ନୀ ଘରେ ସଙ୍ଗରୋଧରେ ରହିଛନ୍ତି । ଶିବ ଶଙ୍କରଙ୍କ ସ୍ୱାସ୍ଥ୍ୟଗତ ତଥା ଆର୍ଥିକ ସମସ୍ୟା ନେଇ ଅବଗତ ହେବା ପରେ ବଲିଉଡ ଷ୍ଟାର ସୋନୁ ସୁଦ, ଟଲିଉଡ ମେଗାଷ୍ଟାର ଚିରଂଜିବୀ, ଧନୁଷ ଓ ମୁଭି ଆର୍ଟିଷ୍ଟ ଆସୋସିଏସନ୍ ସହାୟତା ପାଇଁ ଆଗେଇ ଆସିଥିଲେ ।

୧୦ଟି ଭାରତୀୟ ଭାଷାରେ ୭୦୦ରୁ ଅଧିକ ଫିଲ୍ମରେ ଶିବ ଶଙ୍କର କୋରିଓଗ୍ରାଫର ଦାୟିତ୍ୱ ତୁଲାଇଥିଲେ । ଖାସ କରି ଏସ୍‌.ଏସ୍ ରାଜାମୌଲୀଙ୍କ ଫିଲ୍ମ ମଗଧିରା ପାଇଁ ସେ ୨୦୦୯ରେ ନ୍ୟାସନାଲ ଫିଲ୍ମ ଆୱାର୍ଡ ମଧ୍ୟ ହାସଲ କରିଥିଲେ ।

Leave A Reply

Your email address will not be published.