Latest Odisha News

BREAKING NEWS

ଓମିକ୍ରନ ଭ୍ୟାରିଆଣ୍ଟ କେତେ ପ୍ରଭାବିତ ଏହାକୁ ନେଇ ନିର୍ଦ୍ଧିଷ୍ଟ ସୂଚନା ଆସିନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ନୂଆ ଭ୍ୟାରିଆଣ୍ଟ ଉପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହୁଛି ନୂଆ ଭ୍ୟାରିୟଣ୍ଟ ଉପରେ ଅଧିକ ଷ୍ଟଡ଼ି କରିବା ପାଇଁ ଆମକୁ କିଛି ସମୟ ଦରକାର । ଏହାର ସଂକ୍ରମଣ କରିବାର କ୍ଷମତା କେତେ ଅଧିକ, ରୋଗ କରିପାରିବା କ୍ଷମତା କେତେ ଅଧିକା, ଭ୍ୟାକ୍ସିନ ଏହାକୁ ମୁକାବିଲା କରିବାରେ କେତେ କ୍ଷମତା ରହିଛି ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବେ ତଥ୍ୟ ନାହିଁ । ତାହା ପରୀକ୍ଷାନିରୀକ୍ଷା ମଧ୍ୟରେ ଅଛି । ଏହାପରେ ଜଣାପଡ଼ିବ ଯେ ଏହା କେତେ ମାତ୍ରାରେ ପ୍ରଭାବିତ ହେବ ।

ଯେହେତୁ ଖବର ଆସିଛି, ଏହା ଏକ ନୂଆ ଭ୍ୟାରିଆଣ୍ଟ । ୧୩ରୁ ଅଧିକ ମ୍ୟୁଟେସନରୁ ରହିଛି । ତେଣୁ ସମସ୍ତେ ସତର୍କ ରହିବା ଆବଶ୍ୟକ । ଗତକାଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭ୍ୟାରିୟଣ୍ଟ ଅଫ କନସର୍ଣ୍ଣ ଘୋଷଣା କରିଛି । ତେଣୁ ସମସ୍ତେ ସତର୍କ ରହିବା ଉଚିତ୍ । ଯେଉଁମାନେ ବିଦେଶରୁ ଆସିବେ ସେମାନେ ନେଗେଟିଭ ସାର୍ଟିଫିକେଟ୍ ଆଣିବେ । ଏୟାରପୋର୍ଟରେ ଟେଷ୍ଟ ହେବ । ନେଗେଟିଭ ହେଲେ ୭ଦିନ କ୍ୱାରେଣ୍ଟାଇନରେ ରହିବେ ।

ଏୟାରପୋର୍ଟ ଅଥରିଟିକୁ ଆମେ ସବୁଦିନେ ବିଦେଶରୁ ଆସୁଥିବା ଲୋକଙ୍କ ତାଲିକା ମାଗୁଛୁ । ପଜିଟିଭ ଆସିଲା ଜିନୋମ ସିକ୍ୟୁନସିଂ ପାଇଁ ଯିବ । ଭାଇରସ ଆମ ନିୟନ୍ତ୍ରଣରେ ନାହିଁ । ଭାଇରସର ମ୍ୟୁଟେସନ ହେବ । ଆମକୁ ସତର୍କ ରହିବାକୁ ପଡ଼ିବ ।

Leave A Reply

Your email address will not be published.