Latest Odisha News

BREAKING NEWS

ହଠାତ୍ ହୁତୁ ହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍, ଅଳ୍ପକେ ବଞ୍ଚିଲେ ୪୦ ଯାତ୍ରୀ

ଢେଙ୍କାନାଳ: ବସ୍‌ରେ ହଠାତ୍‌ ଲାଗିଲା ନିଆଁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲାର ୫୫ ନମ୍ବର ଜାତୀୟ ରାଜପଥରେ । ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି ।

ଖବର ମୁତାବକ, ଅନୁଗୁଳ ରୁ ଭୁବନେଶ୍ୱର ଯାଉଥିବା ପ୍ରିୟାଂଶି ନାମକ ବସ୍‌ ଆଜି ଢେଙ୍କାନାଳ ଜିଲ୍ଲା ଅତିକ୍ରମ କରୁଥିବା ବେଳେ ଜାତୀୟ ରାଜପଥ ୫୫ ଉପରେ ହଠାତ୍‌ ସେଥିରେ ନିଆଁ ଲାଗି ଯାଇଥିଲା । ବସ୍‌ରେ ମୋଟ ୪୦ ଜଣ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ଖବରପାଇ ଅଗ୍ନିଶମ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଲେ ସେତବେଳକୁ ବସ୍ ଟି ସମ୍ପୂର୍ଣ୍ଣ ରୂପେ ଜଣିଯାଇଛି । ତେବେ ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡିନାହିଁ ।

Leave A Reply

Your email address will not be published.